ନୂଆଦିଲ୍ଲୀ ୧୭।୦୨: ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ୪ ଜଣ ଦୋଷୀଙ୍କ ବିରୋଧରେ ସୋମବାର ଦିଲ୍ଲୀ ପଟିଓ୍ବାଲା ହାଉସ୍ କୋର୍ଟରେ ଶୁଣାଣି ହେବ । ତେବେ ଶୁଣାଣିରେ ନୂତନ ଡେଥ ୱାରେଣ୍ଟ ଆସିପାରେ ବୋଲି ସମ୍ଭାବନା ରହିଛି । କୋର୍ଟରେ ଦୋଷୀଙ୍କ ବିରୋଧରେ ଡେଥ ୱାରେଣ୍ଟ ଜାରି କରିବାକୁ ଦାବି କରାଯାଇଥିଲା । ନୂତନ ନିଯୁକ୍ତ ଓକିଲ ପ୍ରଥମ ଥର ପାଇଁ ମାମଲାରେ ଦୋଷୀ ପବନର ପକ୍ଷ ରଖିବେ । ତିହାର କର୍ତ୍ତୃପକ୍ଷ ଓ ନିର୍ଭୟାର ମାତା-ପିତା ଚାରି ଦୋଷୀଙ୍କୁ ଖୁବ ଶୀଘ୍ର ଫାଶୀ ଦିଆଯାଉ ନେଇ ଦାବି କରିଛନ୍ତି ।
{"id":218699,"sizeSlug":"large"}ଗତ ଶୁଣାଣୀରେ କୋର୍ଟ ଦୋଷୀ ପବନର କେସ ଉପସ୍ଥାପନ କରିବା ପାଇଁ ସରକାରୀ ଓକିଲ ରବି କାଜୀଙ୍କୁ ନିଯୁକ୍ତ କରିଥିଲେ । ଏହା ପୂର୍ବରୁ ଗତ ଓକିଲ ଏପି ସିଂହ ଅଦାଲତରେ ପବନଙ୍କ ମାମଲା ପରିଚାଳନା କରୁଥିଲେ । ସୋମବାର ଦିନ ରବି କାଜୀ ପ୍ରଥମ ଥର ଦୋଷୀ ପବନ ତରଫରୁ ନିଜର ଦଲିଲ ଉପସ୍ଥାପନ କରିବେ ଏବଂ ସେ କହିବେ ଯେ, କ’ଣ ପବନ ତରଫରୁ କ୍ୟୁରେଟିଭ ଆବେଦନ କରିଥିଲା ନା ନାହିଁ । ତେବେ କୋର୍ଟ ଦୋଷୀଙ୍କୁ ପୂର୍ବରୁ ୭ଦିନ ସମୟ ଦେଇଥିଲେ ନିଜ ନିଜର ଆଇନଗତ ବିକଳ୍ପର ବ୍ୟବହାର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଶେଷ ଶୁଣାଣି ପର୍ଯ୍ୟନ୍ତ କୌଣସି ଦୋଷୀ ନିଜର ଆଇନଗତ ବିକଳ୍ପର ବ୍ୟବହାର କରିନଥିଲେ ବୋଲି ଜେଲ୍ ପ୍ରଶାସନ କୋର୍ଟଙ୍କୁ ଜଣାଇଥିଲେ ।