Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ନିର୍ଭୟା ମାମଲା: ଚାରି ଦୋଷୀଙ୍କ ପରିଜନଙ୍କ ନୂତନ ଚାଲ, ରାଷ୍ଟ୍ରପତିଙ୍କୁ ଚିଠି ଲେଖି ରଖିଲେ ଏହି ଦାବି

15/03/2020 at 7:56 PM

ନୂଆଦିଲ୍ଲୀ ୧୫।୦୩: ନିର୍ଭୟା ମାମଲାରେ ଚାରି ଦୋଷୀଙ୍କ ଫାଶୀ ସଜାକୁ କୋହଳ କରିବାକୁ ସେମାନଙ୍କର ଓକିଲ ଓ ପରିଜନଙ୍କ ପକ୍ଷରୁ ଯଥା ସମ୍ଭବ ପ୍ରୟାସ ଜାରି ରହିଛି। ସମସ୍ତ ପ୍ରକାରର ଆଇନଗତ ବିକଳ୍ପ ସମାପ୍ତ ହେବା ପରେ ଦୋଷୀଙ୍କ ପକ୍ଷରୁ ଅନେକ ବାହାନା ଦେଖା ଯାଇ କୋର୍ଟରେ ଯାଚିକା ଦାଖଲ କରି ଫାଶୀ ଟାଳିବାକୁ ପ୍ରୟାସ ଜାରି ରହିଛି। ଏଥିରେ ଭରପୂର ସମର୍ଥନ ପରିବାର ପକ୍ଷରୁ ମିଳୁଛି। ଏବେ ଦୋଷୀଙ୍କ ପରିବାର ଲୋକେ ନୂତନ ଚାଲ ଚଳାଇଛନ୍ତି।

ଏବେ ଚାରି ଦୋଷୀର ପରିଜନ ନିଜର ଇଚ୍ଛା ମୃତ୍ୟୁ ଲାଗି ରାଷ୍ଟ୍ରପତିଙ୍କଠାରେ ଦାବି କରିଛନ୍ତି। ମୋଟ୍ ୧୩ ଜଣ ଲୋକ ରାଷ୍ଟ୍ରପତିଙ୍କଠାରେ ଏହି ଦାବି କରିଛନ୍ତି। ଏଥିରେ ମୁକେଶ ପରିବାରର ୨, ପବନ-ବିନୟର ୪-୪ ଓ ଅକ୍ଷୟ ପରିବାରର ୩ ଜଣ ସଦସ୍ୟ ସାମିଲ। ମାତ୍ର ଏହି ଚିଠିର କୌଣସି ଅର୍ଥ ନଥିବା କୁହାଯାଉଛି ଏବଂ ଆଇନରେ ଏମିତି କୌଣସି ଇଚ୍ଛା ମୃତ୍ୟୁର ପ୍ରାବଧାନ ନାହିଁ।

ଉଲ୍ଲେଖଯୋଗ୍ୟ, ନିର୍ଭୟା ଦୋଷୀଙ୍କୁ ମାର୍ଚ୍ଚ ୨୦ ସକାଳେ ସାଢେ ୫ଟାରେ ଫାଶୀ ଦେବାକୁ ପଟିଆଲ ହାଉସ୍ କୋର୍ଟ ପକ୍ଷରୁ ଚତୁର୍ଥ ମୁତ୍ୟୁ ପରଓ୍ଵାନା(ଡେଥ୍ ଓ୍ଵାରେଣ୍ଟ) ଜାରି କରାଯାଇଛି। ଏହା ପୂର୍ବରୁ କୋର୍ଟ ତିନି ଥର ଡେଥ୍‌ ଓ୍ଵାରେଣ୍ଟ ଜାରି କରିଥିଲା। କିନ୍ତୁ ପ୍ରତ୍ୟେକ ଥର ଦୋଷୀ ଯାଚିକା ଦାଖଲ କରି ଫାଶୀକୁ ତିନି ଥର ଘୁଞ୍ଚାଇ ସାରିଛନ୍ତି। ଦୋଷୀ ଅନ୍ତିମ ସମୟ ପର୍ଯ୍ୟନ୍ତ ଆଇନଗତ ବିକଳ୍ପ ବ୍ୟବହାର କରି ଚାଲିଥିଲେ। ମାତ୍ର ପବନର ରାଜକ୍ଷମା ଆବେଦନ ରାଷ୍ଟ୍ରପତିଙ୍କ ଦ୍ଵାରା ଖାରଜ ହେବା ପରେ ଚାରି ଦୋଷୀଙ୍କ ସମସ୍ତ ନ୍ୟାୟିକ ବିକଳ୍ପ ସମାପ୍ତ ହୋଇ ସାରିଛି।

   Related Posts