ନୂଆ ‘ଡେଥ୍ ୱାରେଣ୍ଟ’ ଲାଗି କୋର୍ଟର ଦ୍ବାରସ୍ଥ ହେଲେ ନିର୍ଭୟାଙ୍କ ମାତା-ପିତା, ବୁଧବାର ଶୁଣାଣି

Published By : Prameya-News7 Bureau | February 12, 2020 IST

ନୂଆଦିଲ୍ଲୀ ୧୨।୦୨: ନିର୍ଭୟା ଗଣବଳତ୍କାର ଓ ହତ୍ୟା ମାଲାରେ ଦୋଷୀଙ୍କୁ ଫାଶୀ ପାଇଁ କୋର୍ଟରେ ଆବେଦନ । ଦିଲ୍ଲୀର ଏକ କୋର୍ଟରେ ନିର୍ଭୟାଙ୍କ ମାତା-ପିତା ପକ୍ଷରୁ ଆବେଦନ କରାଯାଇଛି । ଦୋଷୀଙ୍କୁ ଫାଶୀ ପାଇଁ ଏକ ଡେଥ୍ ଓ୍ବାରେଣ୍ଟ ଘୋଷଣା ପାଇଁ ଆବେଦନ କରାଯାଇଛି ।

ମଙ୍ଗଳବାର ଦିନ ନିର୍ଭୟାଙ୍କ ମାତା-ପିତାଙ୍କ ପକ୍ଷରୁ ଦିଲ୍ଲୀର ଏକ କୋର୍ଟରେ ନୂତନ ଡେଥ୍ ଓ୍ବାରେଣ୍ଟ ଜାରି କରିବା ପାଇଁ ଆବେଦନ କରାଯାଇଛି । ଦେଶରେ ଆଇନ ବ୍ୟବସ୍ଥା ପ୍ରତି ଦୋଷୀମାନେ ଲୁଚକାଳି ଖେଳ ଖେଳୁଛନ୍ତି ବୋଲି ନିର୍ଭାୟାଙ୍କ ମାତ-ପିତା ଅଭିଯୋଗ ଆଣିଛନ୍ତି । ଦୋଷୀମାନେ ବାରମ୍ବାର ଆଇନ ସହାୟତା ନେଇ ଫାଶୀ ମୁହଁରୁ ବଞ୍ଚିଯାଉଛନ୍ତି । ତେଣୁ ଏମାନକୁ ତୁରନ୍ତ ଫାଶୀ ଦେବା ପାଇଁ ଡେଥ୍ ଓ୍ବାରେଣ୍ଟ ଜାରି କରାଯାଉ ବୋଲି ଆବେଦନ କରାଯାଇଛି । ବୁଧବାର ଦିନ ଦିଲ୍ଲୀର ଏକ କୋର୍ଟ ଏହି ମାମଲା ଶୁଣାଣି କରିବେ ।

 ସେପଟେ ନିର୍ଭୟା ମାମଲାରେ  ୪ ଦୋଷୀଙ୍କ ଫାଶୀ ଲାଗି ସାନି ଡେଥ ୱାରେଣ୍ଟ ଜାରି ତଥା ନୂଆ ତାରିଖ ଘୋଷଣା ଲାଗି ଟ୍ରାଏଲ କୋର୍ଟରେ ଆବେଦନ ପାଇଁ କେନ୍ଦ୍ର ସରକାରଙ୍କୁ ଅନୁମତି ଦେଇଥିବା ବେଳେ  ସୁପ୍ରିମକୋର୍ଟ। ଏହି ଚର୍ଚ୍ଚିତ ମାମଲାରେ ଆଉ ଜଣେ ଦୋଷୀ ତଥା ବିନୟ ଶର୍ମା ରାଷ୍ଟ୍ରପତିଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ଏକ ଆବେଦନ କରିଛି । ମୃତ୍ୟୁ ଦଣ୍ଡ ବଦଳରେ ଆଜୀବନ ଜେଲ୍‌ ପାଇଁ ଆବେଦନ କରିଛି ବିନୟ ଶର୍ମା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.