oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: ରେଶମ ସହରରେ ବେଧଡ଼କ ଚାଲିଛି ଧଳାଜହର କାରବାର, ଜଣେ ମହିଳା ଗିରଫ
  • ||
  • ରାୟଗଡା : ବନ୍ଦ ହେଲା ରାଜ୍ୟର ଦ୍ୱିତୀୟ ଝୁଲାପୋଲ, ସୁରକ୍ଷା ଦୃଷ୍ଟିରୁ ପ୍ରଶାସନର ନିଷ୍ପତ୍ତି
  • ||
  • ଏକ୍‌ଜିଟ୍ ପୋଲର ଆକଳନ, ଇଟାଲୀର ପ୍ରଧାନମନ୍ତ୍ରୀ ହେବେ ମେଲୋନୀ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୪ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର: ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ମନ୍ଦିରରୁ ଲୁଟିନେଲେ ୩ କୋଟିର ଅଷ୍ଟଧାତୁ ମୂର୍ତ୍ତି
  • ||
  • ଯାଜପୁର: ଗଡିବ ମା’ ବିରଜାଙ୍କ ସିଂହଧ୍ଵଜ ରଥ, ୯ ଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବେ ଦେବୀ
  • ||
  • ହିମାଚଳ ପ୍ରଦେଶର କୁଲୁରେ ମର୍ମନ୍ତୁଦ ଦୁର୍ଘଟଣା, ୭ ପର୍ଯ୍ୟଟକ ମୃତ
  • ||
  • ସୋମବାରଠୁ ନବରାତ୍ର ପୂଜା, ମାଆଙ୍କ ଷୋଡ଼ଶ ପୂଜାପାଠରେ କମ୍ପୁଛି ଶକ୍ତିପୀଠ
  • ||
  • ମୋହନା : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୨୪ଯାତ୍ରୀ
  • ||

ନିର୍ଭୟା ଦୋଷୀଙ୍କୁ ପଚରାଯିବନି ସେମାନଙ୍କ ଶେଷ ଇଛା

12/12/2019 at 6:12 PM

ନୁଆଦିଲ୍ଲୀ ୧୨।୧୨: ଫାଶୀ ପାଇବା ପୂର୍ବରୁ ଅପରାଧୀକୁ ତାର ଶେଷ ଇଛା ପଚରାଯାଇଥାଏ।  ଫିଲ୍ମମାନଙ୍କରେ ବି ଏମିତି ଦେଖିବାକୁ ମିଳେ ।ତେବେ ନିର୍ଭୟା ମାମଲାର ଦୋଷୀଙ୍କୁ ଫାଶୀ ପୂର୍ବରୁ ତାଙ୍କ ଶେଷ ଇଛା ପଚରାଯିବ ନାହିଁ । ଅତୀତତରେ ମୁମ୍ବାଇ ସିରିଏଲ ବିସ୍ଫୋରଣ କାଣ୍ଡର ଅଭିଯୁକ୍ତ ୟାକୁବ ମେମନର ସମ୍ପୂର୍ଣ୍ଣ ଶେଷ ଇଛା ପୁରଣ ହୋଇପାରିନଥିଲା ୩୦ ଜୁଲାଇ ୨୦୧୫ରେ ନାଗପୁର ଜେଲରେ ଫାଶୀଦଣ୍ଡ ପାଇଥିବା ୟାକୁବ ତା ଝିଅ ଜୁବିଦା ସଦ କଥା ହେବା ଲାଗି ଶେଷ ଇଛା ପ୍ରକଟ କରିଥିଲା। ତେବେ ତାକୁ ଏଥିଲାଗି ଟେଲିଫୋନରେ ଝିଅ ସହ ଆଳାପର ସୁଯୋଗ ଦିଆଯାଇଥିଲା , ହେଲେ ସାମ୍ନା ସାମ୍ନି କଥା ହୋଇପାରିନଥିଲା ।

ଭାରତରେ କେବଳ ଅତ୍ୟନ୍ତ ଜଘନ୍ୟ ଅପରାଧ କ୍ଷେତ୍ରରେ ହିଁ ମୃତ୍ୟୁଦଣ୍ଡାଦେଶ ହୋଇଥାଏ।  ସ୍ୱାଧୀନତା ପରଠାରୁ ଦେଶର ରାଜଧାନୀରେ ଏପର୍ଯ୍ୟନ୍ତ ମୋଟ ୨୫ ଜଣଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଯାଇଛି। ଏବେ ନିର୍ଭୟା ଦୋଷୀଙ୍କ ଦଣ୍ଡବିଧାନ ପରେ ଏହି ସଂଖ୍ୟା ୨୯ରେ ପହଞ୍ଚିବ। ଏଥିଲାଗି ତିହାର ଜେଲ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ୪ ଅପରାଧୀଙ୍କୁ ଏବେ ୨୪ ଘଣ୍ଟା ନଜରରେ ରହିଛନ୍ତି। 

ତିହାର ଜେଲର ପୂର୍ବତନ ଡିଜି ଅଜୟ କଶ୍ୟପଙ୍କ ଅନୁସାରେ ଦଣ୍ଡ ପାଳନ ପୂର୍ବରୁ ଏସଡିଏମଙ୍କ ସମ୍ମୁଖରେ ଅପରାଧୀଙ୍କ ଶେଷ କାର୍ଯ୍ୟାନୁଷ୍ଠାନ ହୋଇଥାଏ। ଏଥିରେ ତାଙ୍କର ମୃତ୍ୟୁପରେ ତାଙ୍କ ସମ୍ପତ୍ତି ଓ ଅନ୍ୟାନ୍ୟ ସାମଗ୍ରୀ କାହା ନାଁରେ ହେବ, ତାର ଉତ୍ତରାଧିକାରୀ କିଏ ହେବ, ତାର ଅନ୍ତିମ ସଂସ୍କାର କେମିତି ଏବଂ କିଏ କରିବ? ଆଦି ପଚରା ଯାଇଥାଏ। ତେବେ ନିର୍ଭୟା ଦୋଷୀଙ୍କ କ୍ଷେତ୍ରରେ ମଧ୍ୟ ସେଇଆ ହେବ ବୋଲି କୁହାଯାଇଛି।

   Related Posts