ଫାଶୀ ନିଶ୍ଚିତ, ଫେଲ୍ ମାରିଲା ଶେଷ ପ୍ରୟାସ - ତିହାର ଜେଲରେ ଚାଲିଛି ରିହରସାଲ

Published By : Prameya-News7 Bureau | January 14, 2020 IST

ନୂଆଦିଲ୍ଲୀ ୧୪।୦୧- ଫେଲ୍ ମାରିଲା ଶେଷ ପ୍ରୟାସ ।  ଫାଶୀରୁ ବର୍ତ୍ତିବାକୁ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୨ ଦୋଷୀ କରିଥିବା ଶେଷ ପ୍ରୟାସ ଫେଲ୍ ମରିଛି । ତେଣୁ ଫାଶୀ ନିଶ୍ଚିତ ।  ଫାଶୀ ପାଇଁ ଦିନ ଗଣୁଥିବା ଦୋଷୀଙ୍କ ଆଶା ଥିଲା କ୍ୟୁରେଟିଭ ପିଟିସନ । ହେଲେ ସୁପ୍ରିମକୋର୍ଟ ଏହାକୁ ଖାରଜ କରିଦେଇଛନ୍ତି।

{"id":211284,"sizeSlug":"large"}

ଜଷ୍ଟିସ୍‌ ଏନ.ଭି ରମନ୍ନା, ଜଷ୍ଟିସ ଅରୁଣ ମିଶ୍ର, ଜଷ୍ଟିସ ଆରଏଫ ନରିମନ, ଜଷ୍ଟିସ ଆର ଭାନୁମତି ଓ ଜଷ୍ଟିସ୍‌ ଅଶୋକ ଭୂଷଣଙ୍କୁ ନେଇ ଗଠିତ ଖଣ୍ଡପୀଠ କ୍ୟୁରେଟିଭ ପିଟିସନର ବିଚାର କରିଥିଲେ।  ଏମାନଙ୍କ ମଧ୍ୟରୁ ଜଷ୍ଟିସ୍‌ ଆର ଭାନୁମତି ଓ ଜଷ୍ଟିସ ଭୂଷଣ ରିଭ୍ୟୁ ପିଟିସନ ଖାରଜ ଖଣ୍ଡପୀଠରେ ରହିଥିଲେ । ତେଣୁ ସମସ୍ତେ ମିଳିତ ଭାବେ କ୍ୟୁରେଟିଭ ପିଟିସନର ଖାରଜ କରିଛନ୍ତି।

{"id":211286,"sizeSlug":"large"}

ଭାରତୀୟ ଆଇନ ପ୍ରକ୍ରିୟାରେ କ୍ୟୁରେଟିଭ ଦଲିଲ ଜଣେ ଅଭିଯୁକ୍ତ ପାଇଁ ଶେଷ ଆଶା । ତେଣୁ ଫାଶୀରୁ ବର୍ତ୍ତିବାକୁ ୪ ଜଣଙ୍କ ମଧ୍ୟରୁ ବିନୟ ଓ ମୁକେଶ କ୍ୟୁରେଟିଭ ପିଟିସନ୍ ଦାଖଲ କରିଥିଲେ। ପବନ ଗୁପ୍ତା ଓ ଅକ୍ଷୟ ସିଂହ ଏଯାଏ କ୍ୟୁରେଟିଭ ପିଟିସନ ଦାଖଲ କରି ନାହାନ୍ତି।

{"id":211287,"sizeSlug":"large"}

 କୋର୍ଟ ପିଟିସନ୍ ଖାରଜ କରିଦେବା ପରେ ଏବେ ଦୋଷୀଙ୍କ ପାଇଁ ଫାଶୀର ରାସ୍ତା ପରିଷ୍କାର ହୋଇଛି । ପଟିଆଲା ହାଉସ କୋର୍ଟ ଜାରି କରିଥିବା ଡେଥ୍‌ ୱାରେଣ୍ଟ ଅନୁଯାୟୀ, ସମସ୍ତ ୪ ଦୋଷୀଙ୍କୁ ୨୨ ତାରିଖ ସକାଳ ୭ଟାରେ ଫାଶୀ ଖୁଣ୍ଟରେ ଝୁଲାଯିବ।  କ୍ୟୁରେଟିଭ୍ ପିଟିସନ୍ ଖାରଜ ପରେ ଆଶ୍ବସ୍ତ ହୋଇଛନ୍ତି ନିର୍ଭୟାଙ୍କ ବାପା ମା

{"id":211288,"sizeSlug":"large"}

ତେବେ ଦୋଷୀଙ୍କ ପାଇଁ ଆଉ କେଉଁ ବିକଳ୍ପ ରହିଛି ?  ଭାରତୀୟ ବିଧି ବ୍ୟବସ୍ଥା ଅନୁଯାୟୀ ଫାଶୀରୁ ବର୍ତ୍ତିବାକୁ ଦୋଷୀଙ୍କ ପାଖରେ ଏବେ ଆଉ ମାତ୍ର ଗୋଟିଏ ବିକଳ୍ପ ରହିଛି। ତାହା ହେଉଛି ରାଷ୍ଟ୍ରପତିଙ୍କୁ କ୍ଷମା ଆବେଦନ ।

{"id":211289,"sizeSlug":"large"}

ଦୋଷୀ ବିନୟର କ୍ଷମା ଆବେଦନ ଫାଇଲ୍ ଏବେ ରାଷ୍ଟ୍ରପତିଙ୍କ ନିକଟରେ ରହିଛି ।

{"id":211290,"sizeSlug":"large"}

ଯେକୌଣସି ମୁହୁର୍ତ୍ତରେ ନିଷ୍ପତ୍ତି ଆସିପାରେ । ସେପେଟ ୨୨ ରେ ଫାଶୀ ପାଇଁ ତିହାର ଜେଲରେ ଚାଲିଛି ରିହରସାଲ ।  ଫାଶୀ ଖୁଣ୍ଟ ସହ ଜହ୍ଲାଦ ଯୋଗାଡ଼ ଚାଲିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.