ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ସାନି ‘ଡେଥ୍ ୱାରେଣ୍ଟ’ ପରେ ଭୟଭୀତ ହୋଇପଡିଛନ୍ତି ନିର୍ଭୟାଦୋଷୀ, ସୋଇପାରୁ ନାହାନ୍ତି ରାତି

6/03/2020 at 1:23 PM

ନୂଆଦିଲ୍ଲୀ ୬।୩:   ଦିଲ୍ଲୀ କୋର୍ଟ ନିର୍ଭୟାଦୋଷୀଙ୍କ ଲାଗି ଗୁରୁବାର ଚତୁର୍ଥଥର ଡେଥ୍ ୱାରେଣ୍ଟ ଜାରି କରିଛନ୍ତି। ଦୋଷୀମାନେ ଏଥର ସେମାନଙ୍କ ଦଣ୍ଡ ନିଧାର୍ଯ୍ୟ ବୋଲି ଜାଣିଯାଇଛନ୍ତି। ଏଣୁ ବ୍ୟାକୁଳ ହୋଇଉଠିଛନ୍ତି। ସେପଟେ ଜେଲ ପ୍ରଶାସନ ସୁରକ୍ଷା ବଢାଇ ଦେଇଥିବା ବେଳେ ସେମାନଙ୍କର ମେଡିକାଲ ଓ କାଉନସେଲିଂ ଆରମ୍ଭ କରିଦେଇଛନ୍ତି। ସୂତ୍ରରୁ ମିଳିଥିବା ସୂଚନାଅନୁସାରେ ୪ ଅପରାଧୀଙ୍କ ମେଡିକାଲ ରିପୋର୍ଟ ଠିକ୍ ଆସୁଛି।

ଡେଥୱାରେଣ୍ଟ ଲାଗି ଜେଲ ପ୍ରଶାସନ ପୁଣି ଥରେ କୋର୍ଟକୁ ଯାଉଥିବା ନିର୍ଭୟା ଦୋଷୀମାନେ ବୁଧବାର ରାତିରେ ଜାଣିଯାଇଥିଲେ। ଏଣୁ ରାତି ଶୋଇପାରିନଥିଲେ। ରାତିରେ ଶୋଇଥିବା ବେଳେ ଅଚାନକ ଉଠି ବସୁଥିବାର ସୁରକ୍ଷା ଲାଗି ମୁତୟନ କର୍ମଚାରୀମାନେ ଦେଖିଥିବା କହିଛନ୍ତି। ତେବେ ଏଠାରେ ମୁତୟନ ସୁରକ୍ଷା କର୍ମୀମାନେ ଲଗାତାର ସେମାନଙ୍କ ଉପରେ ନଜର ରଖି ରହିଥିବା ବେଳେ କଥାବାର୍ତ୍ତା ହୋଇ ସେମାନଙ୍କ ମନକୁ ଶାନ୍ତ ରଖିବାକୁ ଉଦ୍ୟମ କରୁଛନ୍ତି। ପୂର୍ବରୁ ୪ ଦୋଷୀଙ୍କ ମଧ୍ୟରୁ ବିନୟ ନିଜକୁ ଆଘାତ କରିଥିବାର ନଜିର ରହିଛି। ଏଣୁ ତା ପ୍ରତି ସୁରକ୍ଷା କର୍ମୀମାନେ ଏବେ ଜେଲରେ ବିଶେଷ ଧ୍ୟାନ ଦେଉଛନ୍ତି।

କୋର୍ଟ ମାର୍ଚ୍ଚ ୨୦ ତାରିଖ ପ୍ରତ୍ୟୁଷରେ ଦୋଷୀଙ୍କ ଦଣ୍ଡବିଧାନ ନିର୍ଦ୍ଧାରିତ କରିଛନ୍ତି। ତେବେ କେନ୍ଦ୍ର ସରକାରଙ୍କ ଏକ ପିଟିସନକୁ  ସୁପ୍ରିମକୋର୍ଟ ୨୩ ତାରିଖରେ ଶୁଣାଣି କରିବାକୁ ରଖିଛନ୍ତି। ଏଥିରେ ଯଦି ଅପରାଧୀଙ୍କ ଦଣ୍ଡ ବିଧାନ ହୁଏ ତେବେ ଆବେଦନ ଉପରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି କୋର୍ଟ  କହିବା ଏବେ ଦୋଷୀଙ୍କ ଦଣ୍ଡ ନିଶ୍ଚିତ ତାହା ସ୍ପଷ୍ଟ ହୋଇଯାଇଛି।   

   Related Posts