ନିର୍ଭୟାଦୋଷୀଙ୍କ ଦ୍ୱିତୀୟ କ୍ଷମା ନିବେଦନ ରାଷ୍ଟ୍ରପତିଙ୍କ ଦ୍ୱାରା ଅଗ୍ରାହ୍ୟ, ଆସନ୍ତାକାଲି ହେବ ଫାଶୀ

Published By : Prameya-News7 Bureau | March 19, 2020 IST

ନୂଆଦିଲ୍ଲୀ ୧୯।୩: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦିଲ୍ଲୀ ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡର ଅନ୍ୟତମ ଦୋଷୀ ଅକ୍ଷୟ ସିଂହର ଦ୍ୱିତୀୟ କ୍ଷମାନିବେଦନ ଗୁରୁବାର ଅଗ୍ରାହ୍ୟ କରିଦେଇଛନ୍ତି। ଫଳରେ କୋର୍ଟଙ୍କ ଦ୍ୱାରା ପୂର୍ବରୁ ମାର୍ଚ୍ଚ ୨୦ ତାରିଖରେ ସ୍ଥିରିକୃତ ଦଣ୍ଡାଦେଶ ପାଳନ ହେବା ନିଶ୍ଚିତ ହୋଇଯାଇଛି। ଦିଲ୍ଲୀ କୋର୍ଟଙ୍କ ଦ୍ୱାରା ଜାରି ଡେଥ୍ ୱାରେଣ୍ଟ ଅନୁସାରେ ମାମଲାର ୪ ଦୋଷୀଙ୍କୁ ଶୁକ୍ରବାର ସକାଳ ସାଢେ ୫ଟାରେ ଦଣ୍ଡିତ କରାଯିବ।

{"id":240792,"sizeSlug":"large"}

ଅକ୍ଷୟ ସିଂହ ଗତ ମଙ୍ଗଳବାର ରାଷ୍ଟ୍ରପତିଙ୍କ ନିକଟରେ ଦ୍ୱିତୀୟବାର କ୍ଷମାଯାଚନା କରିଥିଲା। ସେହିଦିନ ମାମଲାର ଅନ୍ୟତମ ଦୋଷୀ ପବନ ଗୁପ୍ତା ନିର୍ଭୟା କାଣ୍ଡ ବେଳେ ନାବାଳକ ଥିବା ନେଇ କୋର୍ଟଙ୍କୁ କରିଥିବା ଆବେଦନ ଅଗ୍ରାହ୍ୟର ପୁନର୍ବିଚାର ନିମନ୍ତେ ସୁପ୍ରିମକୋର୍ଟଙ୍କ ଶରଣାପନ୍ନ ହୋଇଥିଲା। ତେବେ କୋର୍ଟ ଗୁରୁବାର ପବନର ନିବେଦନ ଅଗ୍ରାହ୍ୟ କରିଦେଇଛନ୍ତି। ଫଳରେ ନିର୍ଭୟା କାଣ୍ଡ ଦୋଷୀଙ୍କ ଶେଷ ଆଇଗତ ଉପଚାର ଶେଷ ହୋଇଥିବା ବେଳେ ଏବେ କେବଳ ଦଣ୍ଡବିଧାନ ବାକି ରହିଛି।

{"id":240793,"width":581,"height":383,"sizeSlug":"large"}

୨୦୧୨ ନିର୍ଭୟା କାଣ୍ଡର ବିଚାର ଫାଷ୍ଟଟ୍ରାକ୍ କୋର୍ଟରେ ହୋଇଥିଲା। ସାକ୍ଷ, ପ୍ରମାଣ ଓ ଅଭିଯୁକ୍ତମାନଙ୍କ ସ୍ୱୀକାରୋକ୍ତି ଆଦିକୁ ନେଇ କୋର୍ଟ ମାମଲାର ସମସ୍ତ ୬ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ତେବେ ଜଣେ ଅଭିଯୁକ୍ତ ବିଚାର ଶେଷ ହେବା ପୂର୍ବରୁ ଜେଲରେ ଆତ୍ମହତ୍ୟା କରିଥିବା ବେଳେ ଅନ୍ୟ ଜଣେ ନାବାଳକ ଥିବାରୁ ତା ଲାଗି ଆଇନରେ ଥିବା ଦଣ୍ଡବିଧାନ କରାଯାଇଥିଲା। ତେବେ ବାକି ୪ଜଣଙ୍କୁ କୋର୍ଟ ମୃତ୍ୟୁଦଣ୍ଡାଦେଶ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.