ନିର୍ଭୟା ମାମଲା: ସାନି ଡେଥ୍ ୱାରେଣ୍ଟ ଲାଗି ଟ୍ରାଏଲ କୋର୍ଟ ଯିବାକୁ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଅନୁମତି, ୪ ଦୋଷୀଙ୍କୁ ଜବାବ ତଲବ

Published By : Prameya-News7 Bureau | February 11, 2020 IST

ନୂଆଦିଲ୍ଲୀ ୧୧/୦୨- ନିର୍ଭୟା ମାମଲାରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ୪ ଦୋଷୀଙ୍କ ଫାଶୀ ଲାଗି ସାନି ଡେଥ ୱାରେଣ୍ଟ ଜାରି ତଥା ନୂଆ ତାରିଖ ଘୋଷଣା ଲାଗି ଟ୍ରାଏଲ କୋର୍ଟରେ ଆବେଦନ ପାଇଁ କେନ୍ଦ୍ର ସରକାରଙ୍କୁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ। ଏହା ସହ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମରେ ସର୍ବୋଚ୍ଚ ଅଦାଲତଙ୍କ ତିନି ଜଣିଆ ଖଣ୍ଡପୀଠ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି କେନ୍ଦ୍ର ସରକାର କରିଥିବା ଆବେଦନ ଭିତ୍ତିରେ ନିର୍ଭୟା ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାରେ ମୃତ୍ୟୁ ଦଣ୍ଡାଦେଶ ପାଇଥିବା  ୪ ଦୋଷୀଙ୍କ ଠାରୁ ଜବାବ ମାଗିଛନ୍ତି ।

{"id":223373,"width":581,"height":338,"sizeSlug":"large"}

ଦିଲ୍ଲୀ ହାଇକୋର୍ଟ ୨୦୧୨ ନିର୍ଭୟା ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କ ମୃତ୍ୟୁ ଦଣ୍ଡ ଉପରେ ସ୍ଥଗିତାଦେଶ ଜାରି କରିଥିବାବେଳେ କେନ୍ଦ୍ର ସରକାରଙ୍କ ଆବେଦନକୁ ଖାରଜ କରିଥିଲେ । ତାହା ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ କେନ୍ଦ୍ର ସରକାର । ଦିଲ୍ଲୀ ହାଇକୋର୍ଟ ନିର୍ଭୟା ଦୋଷୀ ମାନଙ୍କୁ ସେମାନଙ୍କ ଆଇନଗତ ବିକଲ୍ପ ଗୁଡିକର ଉପଯୋଗ ଲାଗି ସପ୍ତାହେ ସମୟ ଦେଇଥିବା ବେଳେ , ମଙ୍ଗଳବାର ଦିନ ହିଁ ସେହି ସମୟ ସୀମା ଶେଷ ହୋଇଛି ।

ଏପଟେ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି କେନ୍ଦ୍ର ସରକାର କରିଥିବା ଆବେଦନର ମଧ୍ୟ  ମଙ୍ଗଳବାର ଦିନ ସୁପ୍ରିମ କୋର୍ଟ ଶୁଣାଣି କରିଛନ୍ତି । ବିଚାରପତି ଆର. ଭାନୁମଥିଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଏହ ଶୁଣାଣି କରିଛନ୍ତି । ଖଣ୍ଡପୀଠର ଅନ୍ୟ ଦୁଇ ବିଚାରପତି ହେଲେ ଜଷ୍ଟିସ ଅଶୋକ ଭୂଷଣ ଏବଂ ଜଷ୍ଟିସ ଏ.ଏସ୍. ବୋପନ୍ନା । ଏହି ଖଣ୍ଡପୀଠ  ୪ ଦୋଷୀଙ୍କ ଫାଶୀଦଣ୍ଡର କାର୍ଯ୍ୟକାରିତା ଲାଗି ସାନି ତାରିଖ ପାଇଁ ଟ୍ରାଏଲ କୋର୍ଟକୁ ଯିବାକୁ କର୍ତ୍ତୁପକ୍ଷଙ୍କୁ ଅନୁମତି ଦେଇଛନ୍ତି ।କୋର୍ଟ ସ୍ପଷ୍ଟ କରିଛନ୍ତି, ଅଦାଲତରେ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କ ଦ୍ୱାରା ଦାୟର ପିଟିସନ ଶୁଣାଣି ପାଇଁ  ରହିଥିଲେ ମଧ୍ୟ , ଦୋଷୀଙ୍କ ମୃତ୍ୟୁ ଦଣ୍ଡର କାର୍ଯ୍ୟକାରିତା ଲାଗି ସାନି ତାରିଖ ଜାରି କରିବାରେ ଟ୍ରାଏଲ କୋର୍ଟଙ୍କ ଲାଗି  ତାହା ବାଧକ ନୁହେଁ ।

{"id":223387,"width":583,"height":437,"sizeSlug":"large"}

ଏହି ମାମଲାରେ କେନ୍ଦ୍ର ଏବଂ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଯୁକ୍ତି ସୁଆଲ କରି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ, ଦୋଷୀଙ୍କୁ ମୃତ୍ୟୁ ଦଣ୍ଡ ଦିଆଯିବା ଏକ ମଜାଦାର ଉପଭୋଗ୍ୟ ନୁହେଁ ଏବଂ କର୍ତ୍ତୁପକ୍ଷ କେବଳ ଆଇନର ନିର୍ଦ୍ଦେଶକୁ ପାଳନ କରିବା ଚାହାନ୍ତି ।

ଗତ ସପ୍ତାହରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣିକୁ ସ୍ଥଗିତ ରଖିବା ବେଳେ ତୁଷାର ମେହେଟ୍ଟା କୋର୍ଟଙ୍କୁ କହିଥିଲେ କି, ଏହି ମାମଲାର ସମସ୍ତ ଦୋଷୀ ସେମାନଙ୍କ ସମସ୍ତ ଆଇନଗତ ବିକଳ୍ପ ସବୁକୁ ବ୍ୟବହାର କରି ସାରିବା ପର୍ଯ୍ୟନ୍ତ , କର୍ତ୍ତୁପକ୍ଷ ଅପେକ୍ଷା କରିବାକୁ ପଡିବ, ତାହା କୋର୍ଟ ନିଷ୍ପତ୍ତି କରନ୍ତୁ । କାରଣ ଦୋଷୀ ପୱନ ୨୦୧୮ ମସିହାରୁ କୌଣସି ଆବେଦନ କରିନାହିଁ। ତାର ରିଭ୍ୟୁ ପିଟିସନ ଖାରଜ ହେବା ପରଠୁ ସେ ଚୁପ୍ ବସିଥିବାରୁ ସଲିସିଟର ଜେନେରାଲ ତାହା ଉପରେ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ଏପରିକି ଏପରି କ୍ଷେତ୍ରରେ ଦେଶର ଧୈର୍ଯ୍ୟକୁ ପରୀକ୍ଷା କରାଯାଉଛି ବୋଲି କହିଥିଲେ ସଲିସିଟର ଜେନେରାଲ । ତେବେ କୋର୍ଟ କହିଥିଲେ ଯେ,ଜଣେ ଦୋଷୀକୁ ତାଙ୍କର ସମସ୍ତ ଆଇନଗତ ବିକଳ୍ପ ବା ଉପାୟ ସବୁର ବ୍ୟବହାର କରିବାକୁ ବାଧ୍ୟ କରାଯାଇପାରିବ ନାହିଁ ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.