ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ସୁପ୍ରିମକୋର୍ଟ ପହଞ୍ଚିଲା ନିର୍ଭୟା ଦୋଷୀ, ଏବେ ପୁରୁଣା ଓକିଲ ଉପରେ ଲଦିଲା ଦୋଷ, ୨୦୨୧ ପର୍ଯ୍ୟନ୍ତ ଫାଶୀ ଘୁଞ୍ଚାଇବାକୁ ପ୍ରୟାସ

6/03/2020 at 6:11 PM

ନୂଆଦିଲ୍ଲୀ ୦୬।୦୩- ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀଙ୍କ ତାରିଖ ସ୍ଥିର ହେବା ପରେ ମାମଲାରେ ନୂତନ ମୋଡ ଆସିଛି। ନିର୍ଭୟାର ଦୋଷୀ ମୁକେଶ କୁମାର ସିଂହ ନିଜର ପୁରୁଣା ଓକିଲଙ୍କ ଉପରେ ଦୋଷ ଲଦି ସୁପ୍ରିମକୋର୍ଟର ଦ୍ଵାରସ୍ଥ  ହୋଇଛି। ମୁକେଶ ଦାବି କରିଛି ଯେ, ତାକୁ ଏହା କୁହାଯାଇ ନଥିଲା ଯେ, କ୍ୟୁରେଟିଭ ପିଟିସନ ଦାଖଲ ପାଇଁ ତିନି ବର୍ଷ ପର୍ଯ୍ୟନ୍ତ ସମୟ ରହିଥାଏ। ତେଣୁ ଏବେ ଫାଶୀ ଦଣ୍ଡାଦେଶ ଉପରେ ରୋକ୍ ଲଗାଯାଉ ଏବଂ ତାଙ୍କୁ କ୍ୟୁରେଟିଭ ପିଟିସନ ଏବଂ ଅନ୍ୟ ନ୍ୟାୟିକ  ପ୍ରକ୍ରିୟାର ଉପଯୋଗ କରିବାକୁ ଅନୁମତି ଦିଆଯାଉ। ଏଥର ମୁକେଶ ନିଜର ଓକିଲ ଏମଏଲ ଶର୍ମାଙ୍କ ଜରିଆରେ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରିଛି।

ମୋତେ ମୌଳିକ ଅଧିକାରରୁ ବଞ୍ଚିତ କରାଯାଇଛି

ମୁକେଶଙ୍କ ଓକିଲ ଏମଏଲ ଶର୍ମାଙ୍କ ପକ୍ଷରୁ ଆବେଦନ ଦାଖଲ କରି ସେଥିରେ  ଭାରତ ସରକାର, ଦିଲ୍ଲୀ ସରକାର ଓ ଏମିକସ କ୍ୟୁରୀଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନରେ କୁହାଯାଇଛି ଯେ, ତାକୁ ଷଡଯନ୍ତ୍ରର ଶିକାର କରାଯାଇଛି। ତାକୁ ଏହା କୁହାନାହିଁ ଯେ, ଲିମିଟେସନ ଆକ୍ଟ ଆଧାରରେ କ୍ୟୁରେଟିଭ ପିଟିସନ ଦାଖଲ କରିବା ପାଇଁ ତିନି ବର୍ଷ ପର୍ଯ୍ୟନ୍ତ ସମୟ ରହିଥାଏ। ଏମିତି ଦେଖିବାକୁ ଗଲେ ତାକୁ ନିଜର ମୌଳିକ ଅଧିକାରରୁ ବଞ୍ଚିତ କରାଯାଇଛି।

ତିନି ବର୍ଷ ପର୍ଯ୍ୟନ୍ତ ଦାଖଲ ହୋଇ ପାରିବ କ୍ୟୁରେଟିଭ ପିଟିସନ

ଏମଏଲ ଶର୍ମାଙ୍କ ପକ୍ଷରୁ ଦାଖଲ ପିଟିସନରେ କୁହାଯାଇଛି ଯେ, ଲିମିଟେସନ ଆକ୍ଟର ଧାରା-୧୩୭ରେ ଯାଚିକା ଦାୟର କରିବାର ସମୟ ସୀମା ନିର୍ଦ୍ଧାରିତ କରାଯାଇଛି। ସେଥିରେ ଦୋଷୀକୁ କ୍ୟୁରେଟିଭ ପିଟିସନ ଦାଖଲ କରିବାକୁକ ତିନି ବର୍ଷର ସମୟ ଦିଆଯାଏ।

ଏମିତି ଦେଖିବାକୁ ଗଲେ ମୁକେଶର ରିଭ୍ୟୁ ପିଟିସନ  ଖାରଜ ହେବାର ତିନି ବର୍ଷ ପର୍ଯ୍ୟନ୍ତ ତା ପାଖରେ କ୍ୟୁରେଟିଭ ପିଟିସନ ଦାଖଲ କରିବାର ସମୟସୀମା ରହିଥିଲା, ଯାହା ୨୦୨୧ ଜୁଲାଇ ପର୍ଯ୍ୟନ୍ତ ରହିଛି। କୋର୍ଟ ପରାମର୍ଶଦାତା ବଳପୂର୍ବକ ଦସ୍ତାବିଜରେ ଦସ୍ତଖତ କରାଇ କ୍ୟୁରେଟିଭ ପିଟିସନ ଦାଖଲ କରି ଦେଇଛନ୍ତି। ସରକାରଙ୍କ କର୍ତ୍ତବ୍ୟ ଏହା ଯେ, ସେ ଆଇନର ପାଳନ କରାନ୍ତୁ।

୨୦୧୯ ଡିସେମ୍ଵର ୬ରୁ ୨୦୨୦ ପର୍ଯ୍ୟନ୍ତ ସମସ୍ତ ଆଦେଶ ଖାରଜ ହେଉ

ଦୋଷୀ ମୁକେଶର ଓକିଲ କହିଛନ୍ତି ଯେ, ପୂର୍ବର ଓକିଲ କହିନଥିଲେ ଯେ, ଲିମିଟେସନ ଆକ୍ଟ ଆଧାରରେ କ୍ୟୁରେଟିଭ ପିଟିସନ ଦାଖଲ ପାଇଁ ତିନି ବର୍ଷର ସମୟ ରହିଥାଏ। ଯେଉଁଠି ସମୟ ସ୍ଥିର ହୋଇନଥାଏ ସେମିତି ସ୍ଥିତିରେ କ୍ୟୁରେଟିଭ ପିଟିସନ ଦାଖଲ ପାଇଁ ୩ ବର୍ଷର ସମୟ ସୀମା ରହିଥାଏ। ଏହି ମାମଲାରେ ଏମିକସକ୍ୟୁରୀ ସମସ୍ତ ନ୍ୟାୟିକ ପ୍ରକ୍ରିୟା ସମାପ୍ତ କରି ମୁକେଶକୁ  ଫାଶୀଗଡା ପର୍ଯ୍ୟନ୍ତ ପହଞ୍ଚାଇଛନ୍ତି।

ଏହି ପୂରା ଘଟଣାରେ ସିବିଆଇ ତଦନ୍ତ ହେବା ଉଚିତ୍। ୨୦୧୯ ଡିସେମ୍ବର ୬ରୁ ନେଇ ୨୦୨୦ ମାର୍ଚ୍ଚ ୩ ପର୍ଯ୍ୟନ୍ତ ସମସ୍ତ ଆଦେଶ ଉପରେ ରୋକ୍ ଲଗାଯାଉ। ମୁକେଶର ନ୍ୟାୟିକ ଉପଚାର ପୁନର୍ବାର ଆରମ୍ଭ କରାଯାଉ ଏବଂ କ୍ୟୁରେଟିଭ ପିଟିସନ ଓ ଅନ୍ୟ ଆବେଦନ ଦାୟର କରିବାକୁ ଅନୁମତି ଦିଆଯାଉ।

ମାର୍ଚ୍ଚ ୨୦ରେ ଦୋଷୀଙ୍କୁ ଫାଶୀ

ଉଲ୍ଲେଖଯୋଗ୍ୟ, ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ଗତକାଲି ନିର୍ଭୟାର ଚାରି ଦୋଷୀଙ୍କ ପାଇଁ ଚତୁର୍ଥ ଥର ମୃତ୍ୟୁ ପରଓ୍ଵାନା(ଡେଥ୍ ଓ୍ଵାରେଣ୍ଟ) ଜାରି କରିଛନ୍ତି। ଦୋଷୀଙ୍କୁ ମାର୍ଚ୍ଚ ୨୦ ସକାଳ ୫ଟା ୩୦ରେ ଫାଶୀରେ ଝୁଲାଯିବାକୁ କୋର୍ଟ ତାରିଖ ଓ ସମୟ ନିର୍ଦ୍ଧାରଣ କରିଛନ୍ତି। ଅଦାଲତର ଏହି ଆଦେଶ ପରେ ନିର୍ଭୟାର ମା ଆଶା ଦେବୀ ସାମ୍ବାଦିକଙ୍କୁ ମାର୍ଚ୍ଚ ୨୦ର ସକାଳ ତାଙ୍କ ଜୀବନର ସକାଳ ହେବ ବୋଲି କହିଛନ୍ତି।

   Related Posts