ନିର୍ଭୟା ମାମଲା- ଫାଶୀରୁ ବଞ୍ଚିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଦୋଷୀ ମୁକେଶ, ରାଜକ୍ଷମା ଖାରଜ କରିଛନ୍ତି ରାଷ୍ଟ୍ରପତି

Published By : Prameya-News7 Bureau | January 25, 2020 IST

ନୂଆଦିଲ୍ଲୀ ୨୫।୦୧ - ନିର୍ଭୟା ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ ଜଣ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ହୋଇସାରିଛି। ଏଥିପାଇଁ ଅଦାଲତ ଡେଥ୍‌ ଓ୍ୱାରେଣ୍ଟ ଜାରି କରିଛନ୍ତି । ଦୋଷୀ ମୁକେଶ ସିଂ ର ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ଖାରଜ କରି ଦେଇଛନ୍ତି । ଏହାପରେ ବି ପୁଣିଥରେ ଫାଶୀକୁ ମୁକ୍ତି ପାଇବା ପାଇଁ ଦୋଷୀ ମୁକେଶ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି।

{"id":210788,"width":618,"height":521,"sizeSlug":"large"}

ମୁକେଶ ସିଂର ଓକିଲ ବୃନ୍ଦ ଗୋରଭଲ ଏ ବିଷୟରେ ସୂଚନା ଦେଇଛନ୍ତି । ସୁପ୍ରିମ କୋର୍ଟରେ ପୁଣିଥରେ ମୁକେଶ ପକ୍ଷରୁ ଦୟା ପାଇଁ ଆବେଦନ କରାଯାଇଛି । ଏହାର ସୂଚନା ମୁକେଶର ଓକିଲ ବୃନ୍ଦା ଗୋରଭର ଦେଇଛନ୍ତି । ଏଏନ୍‌ଆଇକୁ ସେ ଏହି ସୂଚନା ଦେଇଛନ୍ତି ।

ମୁକେଶ ସିଂର ରାଜକ୍ଷମା ଆବେଦନକୁ ଜାନୁଆରୀ ୧୭ ତାରିଖରେ ରାଷ୍ଟ୍ରପତି ଖାରଜ କରିଦେଇଛନ୍ତି ।

ଦିଲ୍ଲୀର ପଟିଆଲା ହାଉସ କୋର୍ଟ ନିର୍ଭୟା ମାମଲାରେ ୪ ଜଣ ଦୋଷୀଙ୍କ ପାଇଁ ଡେଥ୍‌ ଓ୍ୱାରେଣ୍ଟ ଜାରି କରିଛନ୍ତି । ବିନୟ ଶର୍ମା, ଅକ୍ଷୟ ସିଂ, ମୁକେଶ ସିଂ ଓ ପବନ କୁମାରକୁ ଫେବ୍ରୁଆରୀ ୧ ତାରିଖରେ ଫାଶୀ ଦିଆଯିବ । ସକାଳ ୬ଟାରେ ଫାଶୀ ଦିଆଯିବ । ଘାତର ପବନ କୁମାର ଏହି ଦୋଷୀମାନଙ୍କୁ ପଶୁ ପରି ଫାଶୀ ଦେବ ବୋଲି କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.