ପୁଅ ଦୋଷୀ ହେଲେ ବି ସେ ମାଆ : ସବୁ ଶେଷ ପୂର୍ବରୁ ନିଜ ହାତରେ ପୁଅକୁ ପୁରୀ, କଚୁଡ଼ି ତରକାରୀ, ଖୁଆଇବାକୁ ଚାହାନ୍ତି ବିନୟର ମାଆ

Published By : Prameya-News7 Bureau | March 19, 2020 IST

ନୂଆଦିଲ୍ଲୀ ୧୯/୩: ଅଦାଲତରେ ଖାରଜ ହେଉଥିବା ପ୍ରତ୍ୟେକ ଆବେଦନ ସହ ନିର୍ଭୟା ଦୋଷୀଙ୍କ ଆଶା ମଉଳି ଯାଉଛି। ବୋଧ ହୁଏ ଏବେ ଦୋଷୀଙ୍କ ପରିବାର ଲୋକେ ନିଶ୍ଚିତ ହୋଇ ଯାଇଛନ୍ତି ଯେ ଏବେ ସେମାନଙ୍କ ପୁଅଙ୍କ ବଞ୍ଚିବାର କୌଣସି ଆଶା ନାହିଁ। ଏହି ପରିସ୍ଥିତିରେ ୪ଦୋଷୀଙ୍କ ମଧ୍ୟରୁ ଜଣଙ୍କ ମାଆ କହିଛନ୍ତି ଯେ ସେ ତାଙ୍କ ପୁଅଙ୍କୁ ଶେଷ ଥର କ’ଣ ଖୁଆଇବାକୁ ଚାହୁଁଛନ୍ତି।

୪ଦୋଷୀ ମୁକେଶ,ଅକ୍ଷୟ,ବିନୟ ଏବଂ ପଓ୍ବନଙ୍କୁ ମାର୍ଚ୍ଚ ୨୦ତାରିଖ ସକାଳେ ୫:୩୦ରେ ଫାଶୀ ହେବ। ଦୋଷୀ ବିନୟ ଶର୍ମାର ମାଆ ଚାହିଁଛନ୍ତି ତାଙ୍କୁ ପୁଅକୁ ଶେଷ ଥର ପୁରୀ,କଚୁରୀ,ତରକାରୀ ଖୁଆଇବାକୁ ସୁ​ଯୋଗ ଦିଆଯାଉ। ତାଙ୍କୁ ଯେତେବେଳେ ତାଙ୍କ ନାଁ ପଚରାଯାଇଥିଲା ସେ କହିବାକୁ ମନା କରି ଦେଇଥିଲେ ଏବଂ ସେ ଚାହିଁଥିଲେ ଯେ ତାଙ୍କୁ ଲୋକେ କେବଳ ‘ବିନୟ ଶର୍ମାର ମାଆ​‌’ ନାଁରେ ଜାଣନ୍ତୁ।

ସେ ଲଗାତାର ଖାରଜ ହୋଇଯାଉଥିବା କେସ ଯୋଗୁଁ ନିରାଶ ହୋଇ ଯାଇଛନ୍ତି। ରବିଦାସ କ୍ୟାମ୍ପରେ ରହୁଥିବା ବିନୟର ମାଆ ସାମ୍ବାଦିକଙ୍କୁ ଦେଖି ପ୍ରଶ୍ନ କରିଥିଲେ,ଆପଣମାନେ କିଏ? କ’ଣ ଚାହୁଁଛନ୍ତି? ଭିତରେ କେହି ବି ନାହାନ୍ତି। ତାଙ୍କ ସ୍ବାମୀ କାମକୁ ଯାଇଛନ୍ତି। ସେ ବିନୟର ମାଆ’।

ରବିଦାସ କ୍ୟାମ୍ପର ଗଳି ଭିତରେ ସ୍ଥିତ ତାଙ୍କ ଘରେ ହରି ରାମ ଶର୍ମା ନାମରେ ନେମପ୍ଲେଟ୍ ଲଗାଯାଇଛି। ସାମ୍ବାଦିକଙ୍କୁ ଦେଖି ସେ ବହୁତ ରାଗି ଯାଇଥିଲେ। ସେ କହିଥିଲେ,‘ କ’ଣ ଲେଖିବ ତୁମେମାନେ? ତୁମେ ଲେଖିଲେ କିଛି ହେବ କି? ଏବେ ଯାଏଁ କିଛି ହୋଇଛି କି? ଯଦି ଭଗବାନ ଚାହିଁବେ ତେବେ ସେ ବଞ୍ଚିଯିବ’।

ବିନୟର ମାଆ ଆଗକୁ କହିଥିଲେ,‘ସବୁ ଭଗବାନଙ୍କ ଇଚ୍ଛା। କରୋନା ଭାଇରସକୁ ଦେଖ। ଭଗବାନ ହିଁ ସବୁ ଜିନିଷ ସ୍ଥିର କରିଥାଆନ୍ତି ଯେ କିଏ ବଞ୍ଚିବ କିଏ ମରିବ। ମଣିଷ ହାତରେ କିଛି ନାହିଁ। ’

ସେ କହିଥିଲେ,‘ ତିହାର ଜେଲ୍ କର୍ମଚାରୀ କେବେ ବି ତାଙ୍କୁ କିଛି ନେଇ ଯିବାକୁ ଦେଇ ନାହାନ୍ତି। କିନ୍ତୁ ଯଦି ସେ ଅନୁମତି ଦେବେ ତେବେ ସେ ବିନୟ ପାଇଁ  ପୁରୀ,କଚୁଡ଼ି,ତରକାରୀ ନେଇ ଯିବେ। ’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.