ନିର୍ଭୟା ପ୍ରସଙ୍ଗ- ଫାଶୀ ବିରୋଧରେ ସୁପ୍ରିମ କୋର୍ଟରେ କ୍ୟୁରେଟିଭ୍‌ ପିଟିସନ୍‌ ଦାୟର କଲା ଦୋଷୀ ବିନୟ

Published By : Prameya-News7 Bureau | January 09, 2020 IST

ନୂଆଦିଲ୍ଲୀ ୦୯।୦୧ - ନିର୍ଭୟା ପ୍ରସଙ୍ଗରେ ଦୋଷୀମାନଙ୍କର ଫାଶୀ ଦଣ୍ଡାଦେଶ ତାରିଖ ନିର୍ଣ୍ଣୟ କରାଯାଇଛି। ଜାନୁଆରୀ ୨୨ ତାରିଖରେ ଏମାନଙ୍କୁ ଫାଶୀ ଦିଆଯିବ । ଜାନୁଆରୀ ୨୨ ତାରିଖ ସକାଳ ୭ଟା ସମୟରେ ଏମାନଙ୍କୁ ଫାଶୀ ଦିଆଯିବ । ଫାଶୀ ଦେବର ପ୍ରକ୍ରିୟା ଆରମ୍ଭ ହୋଇଛି । ଫାଶୀ ଦଣ୍ଡାଦେଶର ତାରିଖ ଘୁଞ୍ଚାଇବାପାଇଁ ଦୋଷୀମାନଙ୍କ ପକ୍ଷରୁ ଶେଷ ଉଦ୍ୟମ କରାଯାଇଛି. ଦୋଷୀ ସାବ୍ୟସ୍ତ ହୋଇଥିବା ବିନୟ ସୁପ୍ରିମକୋର୍ଟରେ କ୍ୟୁରେଟିଭ୍‌ ପିଟିଶନ ଦାୟର କରିଛି। ଗୁରୁବାରେ ଏହାକୁ ସୁପ୍ରିମକୋର୍ଟରେ ବିନୟର ଆଇନଜୀବୀ ଦାଖଲ କରିଛନ୍ତି ।

{"id":207795,"sizeSlug":"large"}

୪ ଜଣ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦିଆଯାଇଥିବା ବେଳେ କେବଳ ବିନୟ କୁମାର ଶର୍ମା ପକ୍ଷରୁ ସୁପ୍ରିମକୋର୍ଟରେ କ୍ୟୁରେଟିଭ୍‌ ପିଟିଶନ୍‌ ଦାୟର କରାଯାଇଛି । ୨୦୧୭ ମସିହାରେ ପବନ ଗୁପ୍ତାର ଦାୟର ଏସ୍‌ଏଲ୍‌ପି ପ୍ରମାଣିତ କରିବାପାଇଁ ପଟିଆଲା ହାଉସ୍‌କୋର୍ଟରେ ମାମଲା ଦାୟର କରିଛନ୍ତି ।

{"id":199381,"sizeSlug":"large"}

ପୂର୍ବରୁ ଏହି ମାମାଲାରେ ଏକ ରିଭ୍ୟୁ ପିଟିସନ୍‌କୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ । ମଙ୍ଗଳବାରରେ ପଟିଆଲା ହାଉସ୍‌କୋର୍ଟ ଦୋଷୀମାନଙ୍କୁ ୨୨ ଜାନୁଆରୀ ସକାଳ ୭ ଟାରେ ଫାଶୀ ଦେବାପାଇଁ ନିର୍ଦେଶ ଦେଇଛନ୍ତି। ସେମାନଙ୍କ ନାମରେ ଡେଥ୍‌ ଓ୍ୱାରେଣ୍ଟ ଜାରି କରାଯାଇଛି । ଏହା ବିରୋଧରେ ସୁପ୍ରିମକୋର୍ଟରେ କ୍ୟୁରେଟିଭ୍‌ ପିଟିଶନ ଦାୟର କରିବେ ବୋଲି ଦୋଷୀମାନଙ୍କର ଆଇନଜୀବୀ ଏପି ସିଂ ସୂଚନା ଦେଇଥିଲେ । ଏଥିପାଇଁ ପଟିଆଲା ହାଉସ୍‌କୋର୍ଟ ୭ ଦିନର ସମୟ ଦେଇଥିଲେ ।

{"id":205398,"sizeSlug":"large"}

ସୁପ୍ରିମକୋର୍ଟର ୫ ଜଣ ବରିଷ୍ଠ ଆଇନଜୀବୀ ଏହି ପିଟିଶନର ଶୁଣାଣୀ କରିବେ ।

୨୦୧୨ ମସିହାର ନିର୍ଭୟା ଗଣ ଦୁଷ୍କର୍ମ ଘଟଣାରେ ଦୋଷୀମାନଙ୍କୁ ମଙ୍ଗଳବାରରେ କୋର୍ଟ ଡେଥ୍‌ ଓ୍ୱାରେଣ୍ଟ ଜାରି କରିଛନ୍ତି । ଏହି ୪ ଜଣ ଦୋଷୀଙ୍କୁ ଜାନୁଆରୀ ୨୨ ତାରିଖ ସକାଳ ୭ଟାରେ ଫାଶୀ ଦେବା ପାଇଁ ନିର୍ଦେଶ ଦିଆଯାଇଛି । ଡେଥ୍‌ ଓ୍ୱାରେଣ୍ଟ ଜାରି ହେବାପରେ ଅନେକ ଆଇନଗତ କାର୍ଯ୍ୟାନୁଷ୍ଠାନ ବାକି ରହିଛି । ଏଥିରେ ଏହି ଦୋଷୀମାନେ ଫାଶୀ ଦିଆଯିବାର ତାରିଖକୁ ଘୁଞ୍ଚାଇବା ପାଇଁ ଆବେଦନ କରିପାରିବେ ।

ଦୋଷୀ ବିନୟ କୁମାର ଶର୍ମା ଦାୟର କରିଥିବା ପିଟିଶନ୍‌ର ଶୁଣାଣୀ ୧୪ ଦିନ ମଧ୍ୟରେ କରା ନଗଲେ ଫାଶୀ ତାରିଖ ଘୁଞ୍ଚିବାର ସମ୍ଭାବନା ରହିଛି ।

ରାଷ୍ଟ୍ରପତିଙ୍କ ପାଖରେ ବି ଏମାନଙ୍କ ଦୟା ଆବେଦନ ରହିଛି। ୧୪ ଦିନ ମଧ୍ୟରେ ରାଷ୍ଟ୍ରପତି ଏହି ଦୋଷୀମାନଙ୍କ ବିରୋଧରେ କୌଣସି ଫଇସଲା ନ ନେଲେ ବି ତାରିଖ ଘୁଞ୍ଚି ପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.