ନିର୍ଭୟା ଦୋଷୀଙ୍କ ଆୟୁ ଟିକେ ବଢିଗଲା, କିନ୍ତୁ ସରି ଆସୁଛି ଦିନ … !

Published By : Prameya-News7 Bureau | March 03, 2020 IST

ନୂଆଦିଲ୍ଲୀ ୦୩.୦୩- - ନିର୍ଭୟା ଦୋଷୀଙ୍କୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଆଶ୍ବସ୍ତି । ତିନି ତିନିଟି ଡେଥ୍‌ ୱାରେଣ୍ଟରୁ ତ୍ରାହୀ ଏବଂ ତା ସହ ଡିସେମ୍ବର ୨୦୧୨ର ସେହି ଘୃଣିତ ଅପରାଧର କାର୍ପଟଦାର ମାନଙ୍କ ଜୀବନ ଅବଧି ଅଳ୍ପ କିଛି ଲମ୍ବା ହୋଇଯାଇଛି ।କିନ୍ତୁ ତାହା ଯେ ସରିସରି ଆସୁଛି , ତାହାର ସୂଚନା ସ୍ପଷ୍ଟ ।  ଶୋମବାର ଶେଷ ମୂହୁର୍ତ୍ତରେ ପୱନ ଗୁପ୍ତା ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ଆବେଦନ କରିବା କାରଣରୁ ୪ ଦୋଷୀଙ୍କ ମୃତ୍ୟୁ ଦଣ୍ଡ ଅଟକିଯାଇଥିବା ଜଣା ଯାଇଛି ।ଯଦିଓ ରା,୍ଟ୍ରପତି ରାମନାଥ କୋବିନ୍ଦ ଗମ ଦୁଷ୍କର୍ମ ମାମଲାର ଅନ୍ୟତମ ଦୋଷୀ ପୱନର କ୍ଷମା ଯାଚିକାକୁ ଅଗ୍ରାହ୍ୟ କରିଛନ୍ତି , କିନ୍ତୁ ଆଇନଗତ କିଛି ନିୟମର ଫାଇଦାରେ ପୁଣି ୪ ଗଣ ଦୁଷ୍କର୍ମକାରୀଙ୍କ ମୃତ୍ୟୁ ଦଣ୍ଡ  କାର୍ଯ୍ୟକାରୀ ହେବା ପୂର୍ବରୁ ପୁଣି ଥରେ ଅଟକି ଯାଇଛି ।

ସୋମବାର ଦିଲ୍ଲୀ ଏକ ଅଦାଲତରେ ଥିଲା ଶୁଣାଣି ।  ତେବେ ଶୁଣାଣି ବେଳେ ଦୋଷୀ ମାନଙ୍କୁ ସେମାନଙ୍କ ସମସ୍ତ ଆଇନଗତ ବିକଳ୍ପର ବ୍ୟବହାର ଲାଗି ସୁଯୋଗ ସପକ୍ଷରେ ମତ ରଖିଥିଲେ କୋର୍ଟ । କହିଥିଲେ, କୌଣସି ଜଣେ ଦୋଷୀ ତାର ଶେଷ ପରିଣତି ଭୋଗିବାପୂର୍ବରୁ ଏହା ମନେ ନକରୁଯେ, ଏ ଦେଶର ଆଇନ ତାକୁ ନିରପେକ୍ଷ ଭାବେ ତାର ସମସ୍ତ ଆଇନଗତ ଅଧିକାର ସବୁକୁ ଉପଭୋଗ ବା ଉପଯୋଗ କରିବାର ସୁଯୋଗ ଦେଇନାହିଁ । ପୂର୍ବରୁ ଫେବୃଆରୀ ୧୭ ତାରିଖରେ କୋର୍ଟ ଦେଇଥିବା ନିର୍ଦ୍ଦେଶରେ ୪ ଦୋଷୀଙ୍କୁ ଫାଶୀ ଲାଗି ମାର୍ଚ୍ଚ ୩ ତାରିଖ ସକାଳ ୬ କୁ ସମୟ ଧାର୍ଯ୍ୟ କରିଥିଲେ ।

ସୋମବାର ଶୁଣାଣି ଆରମ୍ଭରେ  ଅତିରିକ୍ତ ସେସନ୍ସ ଜଜ୍‌ ଧର୍ମେନ୍ଦର ରାଣା ପ୍ରଥମେ ଦୋଷୀ ମାନଙ୍କ ଫାଶୀ ସମୟ ଘୁଞ୍ଚାଇବାକୁ ରାଜି ନଥିଲେ ।କିନ୍ତୁ ଯେତେବେଳେ ତାଙ୍କୁ ସୂଚନା ଦିଆଗଲା କି, ୨୦୧୨ ଗଣ ଦୁଷ୍କର୍ମ ଓ ହତ୍ୟା ମାମାଲାର ଅନ୍ୟତମ ଦୋଷୀ ପୱନ ଗୁପ୍ତା ସୁପ୍ରିମ୍‌କୋର୍ଟରେ କ୍ୟୁରେଟିଭ୍‌ ପିଟିସନ ଆଗ୍ରାହ୍ୟ ପରେ ରାଷ୍ଟ୍ରପତିଙ୍କନିକଟରେ  କ୍ଷମା ଆବେଦନ କରିଛି , ସେତେବେଳେ ସେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ମୃତ୍ୟୁ ଦଣ୍ଡ ଉପରେ ରହିତା ଦେଶ ଜାରି କରିବା ସହ ଉପରୋକ୍ତ ମତ ରଖିଥିଲେ ।

ସୁପ୍ରିମକୋର୍ଟରେ ପୱନ ଏବଂ ଅକ୍ଷୟଙ୍କ ଆବେଦନକ ଖାରଜ ହେବା ପରେ  ପୱନ ପକ୍ଷରୁ ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ପ୍ରାର୍ଥନା କରାଯାଇଥିଲା । ଏ ସଂପର୍କରେ ପୱନଙ୍କ ଓକିଲ ଏ.ପି. ସିଂହ କୋର୍ଟହ୍କୁ ଜଣାଇଥିଲେ  । ତାହାପରେ କୋର୍ଟ ଏ ନେଇ  ସ୍ପେଶାଲ ପ୍ରସିକ୍ୟୁଟର ଇରଫାନ ଖାନ୍‌ଙ୍କ ମତମତ ଚାହିଁଥିଲେ।  ତେବେ ଇରଫାନ ଖାନ୍‌ କୋର୍ଟଙ୍କୁ ଆଇନଗତ ଭାବେ ଯଥାର୍ଥ ନିଷ୍ପତ୍ତି ଲାଗି କହିବାବେଳେ, ଦୋଷୀ ପକ୍ଷଙ୍କ ଓକିଲହ୍କର  ଲୁଚକାଳି ଖେଳ ବିରୋଧରେ କଠୋର ପଦକ୍ଷେପ ପାଇଁ ଯୁକ୍ତି ରଖିଥିଲେ । ଏପରିକି କୋର୍ଟ ମଧ୍ୟ ପୂର୍ବରୁ ଦୋଷୀଙ୍କ ଓକିଲଙ୍କୁ ବିଭିନ୍ନ ଆଳରେ  ଦୋଷୀଙ୍କ କ୍ଷମା ଯାଚିକା ବିଲମ୍ବ ନେଇ ଜବାବ ମାଗିଥିଲେ ।

 ଏହା ମଧ୍ୟରେ ଦୋଷୀଙ୍କ କ୍ଷମା ଯାଚିକାକୁ ରାଷ୍ଟ୍ରପତି ଅଗ୍ରାହ୍ୟ କରିଛନ୍ତି । ତଥାପି ଦୋଷୀଙ୍କୁ ସେମାନଙ୍କର ସମସ୍ତ ଆଇନଗତ ବିକଳ୍ପର ବ୍ୟବହାର ସୁଯୋଗ ଦେଇଛନ୍ତି କୋର୍ଟ । ପୂର୍ବରୁ ଅନ୍ୟ ତିନି ଦୋଷୀଙ୍କ ସମସ୍ତ ଆଇନଗତ ବିକଳ୍ପଶେଷ ହୋଇ ସାରିଛି । ଏହି ପରିପ୍ରେକ୍ଷୀରେ ୪ ଦୋଷୀଙ୍କୁ ହୁଏତ ବଞ୍ଚିବାରେ ଆଉ କିଛି ଦିନମିଳିଯାଇଛି । କିନ୍ତୁ ସମୟ ଯେ ସରି ସରି ଆସୁଛି, ତାହା ବେଶ୍‌ ସ୍ପଷ୍ଟ ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.