ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

୪୨୦ ମୋଦି ବ୍ରଦର୍ସ: ପଳାତକ ନୀରବ ମୋଦିଙ୍କ ଭାଇଙ୍କ ନାଁରେ ୧୯ କୋଟି ଟଙ୍କାର ଠକେଇ ମାମଲା, ହୀରା କମ୍ପାନୀକୁ ଲଗାଇଥିଲେ ଚୂନା

20/12/2020 at 4:07 PM

ନୂଆଦିଲ୍ଲୀ ୨୦/୧୨: ପଳାତକ ହୀରା ବ୍ୟବସାୟୀ ନୀରବ ମୋଦି ପରେ ଏବେ ତା ଭାଇ ନାଁରେ ଠକେଇ ମାମଲା ରୁଜୁ। ବିଶ୍ବର ସବୁଠୁ ବଡ଼ ହୀରା କମ୍ପାନୀ ପାଖରୁ ପାଖାପାଖି ୧୯ କୋଟି ଠକି ନେଇଥିବା ଅଭିଯୋଗରେ ଆମେରିକାର ନ୍ୟୁୟର୍କରେ ନୀରବ ମୋଦି ଭାଇ ନେହଲ ମୋଦି  ନାଁରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ଏପରିକି ନେହଲକୁ ପୋଲିସ ଗିରଫ କରିଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।

ନେହଲ ମୋଦି ବିରୋଧରେ ଅଭିଯୋଗ ସମ୍ପର୍କରେ ସୂଚନା ଦେଇ ପ୍ରସିକ୍ୟୁଟର ସାୟ ଓ୍ବେନ୍ସ କହିଛନ୍ତି, ହୀରା ସବୁଦିନ ପାଇଁ ରହିବ କିନ୍ତୁ ଠକେଇ କରିବାର ଯୋଜନା ସବୁ ଦିନ ପାଇଁ ରହିବ ନାହିଁ। ମ୍ୟାନ୍‌ହଟ୍ଟନ ସ୍ଥିତ ଏକ ବଡ଼ ହୀରା କମ୍ପାନୀରୁ ୨.୬ ମିଲିୟନ୍‌ରୁ ଅଧିକ ମୂଲ୍ୟର ହୀରା ନେଇଥିବା ନେହଲ ନାଁରେ ଅଭିଯୋଗ ହୋଇଥିଲା।

ନ୍ୟୁୟର୍କର ନିୟମ ଅନୁସାରେ ପ୍ରଥମ ଡିଗ୍ରିରେ ବଡ଼ ଚୋରି ଅର୍ଥ ୧ ମିଲିୟନ୍‌ରୁ ଅଧିକ ମୂଲ୍ୟ ଚୋରିକୁ ବୁଝାଯାଏ। ଏଥିପାଇଁ ସଜା ଅତିକମ୍‌ରେ ୨୫ ବର୍ଷ ଜେଲ୍‌। ନ୍ୟୁୟର୍କ ପୋଷ୍ଟର ଏକ ରିପୋର୍ଟ ଅନୁସାରେ ମୋଦି ଅଦାଲତକୁ କହିଥିଲା ଏଭଳି ଅଭିଯୋଗ ଭିତ୍ତିହୀନ ତେଣୁ ତାଙ୍କୁ ମୁକ୍ତ କରିବାକୁ ନିର୍ଦେଶ ଦିଆଯାଉ।

ସୂଚନାଯୋଗ୍ୟ, ପଞ୍ଜାବ ନ୍ୟାସ୍‌ନାଲ୍‌ ବ୍ୟାଙ୍କରୁ ୧୩,୫୦୦ କୋଟି ଟଙ୍କା ଠକେଇ ମାମଲାରେ ଭାରତରେ ନେହଲ ମୋଦି ଓ୍ବାଣ୍ଟେଡ୍‌ ଲିଷ୍ଟରେ ରହିଛି। ଭାରତ ସରକାରଙ୍କ ଅନୁରୋଧ ପରେ ଇଣ୍ଟରପୋଲ୍‌ ଏକ ରେଡ୍‌ ନୋଟିସ୍‌ ମଧ୍ୟ ଜାରି କରିଛି। ତେବେ ଏହି ଠକେଇ ୨୦୧୫ରୁ ଆରମ୍ଭ ହୋଇଥିଲା। ସେତେବେଳେ ନେହଲ ମୋଦି ଏକ କମ୍ପାନୀ ସହ ମିଶି ମିଥ୍ୟା ପ୍ରେଜେଣ୍ଟେସନ୍‌ କରିବାକୁ ଏଲଏଲ୍‌ଡି ଡାଏମଣ୍ଡସ୍‌ ୟୁଏସ୍‌ ପାଖରୁ ୨.୬ ମିଲିୟନ୍‌ ଡଲାର ମୂଲ୍ୟର ହୀରା ନେଇଥିଲା। ସେପଟେ କମ୍ପାନୀକୁ ଜଣାପଡ଼ିବା ପୂର୍ବରୁ ସମସ୍ତ ଟଙ୍କା ଚଳୁ କରିସାରିଥିଲା ନେହଲ ମୋଦି। ଏହା ପରେ ଏଲ୍‌ଏଲ୍‌ଡି ପକ୍ଷରୁ ମ୍ୟାନ୍‌ହଟ୍ଟନର ପ୍ରସିକ୍ୟୁଟର ଅଫିସ୍‌ରେ ଅଭିଯୋଗ କରିଥିଲା।

   Related Posts