ଜେଲ୍ ରେ ମାଲ୍ୟଙ୍କ ରୁମମେଟ୍ ହୋଇପାରନ୍ତି ନିରବ; କଣ୍ଟ୍ରୋଲ ରୁମ୍ରୁ ରଖାଯିବ ୨୪ ଘଣ୍ଟିଆ ନଜର

Published By : Prameya-News7 Bureau | June 12, 2019 IST

ନୂଆଦିଲ୍ଲୀ,୧୧।୬: ମୁମ୍ବାଇସ୍ଥିତ ଆର୍ଥର ରୋଡ୍‌ ଜେଲ୍‌ ବାରାକ୍‌ ନମ୍ବର ୧୨ ପାଲଟିପାରେ ବିଲିୟୋନେୟାରଙ୍କ ବାରାକ୍‌ । ଏହି ପ୍ରକୋଷ୍ଠରେ ଏକସଙ୍ଗେ ରହି ପାରନ୍ତି ଦୁଇଦୁଇ ଜଣ ବଡ଼ ଧନିକ । ସେମାନେ ହେଲେ କିଙ୍ଗଫିସର ଋଣ ମାମଲାରେ ଫେରାର୍‌ ମଦ ବ୍ୟବସାୟୀ ବିଜୟ ମାଲ୍ୟା ଓ ପିଏନ୍‌ବି ମହାଘୋଟାଲାର ସୂତ୍ରଧର ରତ୍ନଳଙ୍କାର ବ୍ୟବସାୟୀ ନିରବ ମୋଦି । ଯଦି କେନ୍ଦ୍ର ସରକାରଙ୍କ ପ୍ରତ୍ୟର୍ପଣ ଉଦ୍ୟମ ସଫଳ ହୁଏ ତା’ହେଲେ ଏହି ଦୁଇଜଣ ଆର୍ଥର ରୋଡ୍‌ ଜେଲ୍‌ରେ ରୁମ୍‌ମେଟ୍‌ ପାଲଟିପାରନ୍ତି । 

{"id":122339,"width":581,"height":276}

ପ୍ରତ୍ୟର୍ପଣ ହେଲେ ନିରବ ମୋଦି ଯଦି ଏହି ଜେଲରେ ରହନ୍ତି ତା’ହେଲେ କ’ଣ ସବୁ ସୁବିଧା ଏଠାରେ ଅଛି ତାହା ଜଣାଇବା ପାଇଁ କେନ୍ଦ୍ର ସରକାର ରାଜ୍ୟ ଗୃହ ବିଭାଗକୁ ପତ୍ର ଲେଖିଥିଲେ। ସେହି ଅନୁସାରେ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଜେଲର ଅନ୍ତେବାସୀଙ୍କ ନିମନ୍ତେ ଉପଲବ୍ଧ ବିଭିନ୍ନ ସୁବିଧା ସୁଯୋଗ ସମ୍ପର୍କରେ ଅବଗତ କରାଇଛନ୍ତି। ନିରବଙ୍କ ପାଇଁ ଆର୍ଥର ରୋଡ୍‌ ଜେଲ୍‌ର ବାରାକ୍‌ ନମ୍ବର ୧୨କୁ ପ୍ରସ୍ତୁତ ରଖା ଯାଇଥିବା କହିଛନ୍ତି  ରାଜ୍ୟ ସରକାର । ଏହା ହେଉଛି ସେହି ସମାନ କକ୍ଷ ଯେଉଁଠି ପ୍ରତ୍ୟର୍ପଣ ପରେ ବିଜୟ ମାଲ୍ୟା ବି ରହିବେ । ବିଜୟ ମାଲ୍ୟାଙ୍କ ପ୍ରତ୍ୟର୍ପଣ ମାମଲାରେ ବି ମହାରାଷ୍ଟ୍ର କାରାଗାର ବିଭାଗ ଜେଲ୍‌ରେ ଉପଲବ୍ଧ ସୁବିଧାଗୁଡିକ ବିଷୟରେ ଜଣାଇଥିଲା ।

{"id":122335}

ବ୍ରିଟେନ୍‌ କୋର୍ଟରେ ନିରବ ମୋଦିଙ୍କ ପ୍ରତ୍ୟର୍ପଣ ମାମଲାର ଏବେ ଶୁଣାଣି ଚାଲିଛି।  ଯେକୌଣସି ମୁହୂର୍ତ୍ତରେ ତାଙ୍କୁ ଭାରତକୁ ଟଣାଯାଇପାରେ । ଏଣୁ ଆର୍ଥର ରୋଡ୍‌ ଜେଲ୍‌ କର୍ତ୍ତୃପକ୍ଷ ବାରାକ୍‌ ନମ୍ବର ୧୨କୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖିଛନ୍ତି । ଏହି ବାରାକ୍‌ର ଦୁଇଟି କକ୍ଷ ମଧ୍ୟରୁ ଗୋଟିକରେ ନିରବ ରହିବେ । ବର୍ତ୍ତମାନ ପାଇଁ ଗୋଟିଏ କକ୍ଷରେ ୩ ଜଣ ଅଛନ୍ତି ଏବଂ ଅନ୍ୟଟି ଖାଲି ପଡ଼ିଛି । ଏଥିରେ ନିରବ ମୋଦି ଏବଂ ବିଜୟ ମାଲ୍ୟା ରହିବେ । ଏଠାରେ ଯଥେଷ୍ଟ ଆଲୋକ, ପାନୀୟ ଜଳ ଓ ବାୟୁ ଚଳାଚଳ ସୁବିଧା ରହିଛି । କକ୍ଷରେ ୩ଟି ଫ୍ୟାନ୍, ୬ଟି ଟ୍ୟୁବ୍ ଲାଇଟ୍ ଓ ୨ଟି ଝରକା ରହିଛି । ଏହାଛଡା ଜେଲରେ ମେଡିକାଲ ସୁବିଧା ମଧ୍ୟ ଏଠାରେ ଉପଲବ୍ଧ ଥିବା ରାଜ୍ୟ ଗୃହ ବିଭାଗ କେନ୍ଦ୍ରକୁ ଜଣାଇଛ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.