ପୁଣି ମୁହଁ ଖୋଲିଲେ ନିରଞ୍ଜନ, କହିଲେ-ମୁଁ ବହୁତ ଆଗରୁ ଇସ୍ତଫା ଦେଇସାରିଛି...

Published By : Prameya-News7 Bureau | April 14, 2022 IST

ଭୁବନେଶ୍ୱର ୧୪।୦୪ : ଇସ୍ତଫା ଦେଇସାରିଛି । ଏବେ ନିଷ୍ଟତ୍ତି ହାଇକମାଣ୍ଡଙ୍କ ପାଖରେ ।ରାଜ୍ୟ ପିସିସି ସଭାପତି ପରିବର୍ତ୍ତନ ନେଇ ଏପରି କିଛି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।  

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ମୁଁ ବହୁତ ଆଗରୁ ଇସ୍ତଫା ଦେଇଛି । ଏହା ଆମ ଦଳର ଆଭ୍ୟନ୍ତରୀଣ ବ୍ୟାପାର । ଇସ୍ତଫା ପତ୍ର ସାର୍ବଜନୀନ କରିବାର ଆବଶ୍ୟକ ନାହିଁ । ନିଷ୍ପତି ଏଆଇସିସି ହାତରେ, ପରିବର୍ତନ ହେଉ । କଂଗ୍ରେସରେ ବହୁତ ଯୋଗ୍ୟ ଲୋକ ସଭାପତି ପଦ ପାଇଁ ଅଛନ୍ତି । ତେଣୁ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଚୟନ କରାଯାଉଛି । ପ୍ରତି ୨/୩ ବର୍ଷରେ ପିସିସି ପରିବର୍ତନ ହୁଏ । ଏହା କିଛି ନୂଆ କଥା ନୁହେଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.