ଦୁଇ ସଂକ୍ରମିତଙ୍କ ସ୍ୱାସ୍ଥ୍ୟ ଭଲ ଅଛି, ସଂସ୍ପର୍ଶରେ ଆସିଥିବା ଲୋକଙ୍କ ଉପରେ ନଜର ରଖାଯାଇଛି

Published By : Prameya-News7 Bureau | December 21, 2021 IST

ଭୁବନେଶ୍ୱର ୨୧।୧୨: ନଭେମ୍ବର ୨୧ ପରଠାରୁ ସର୍ଭେଲାନ୍ସ ରଖାଯାଇଥିଲା । ୮୮୦୦ରୁ ଅଧିକ ଯାତ୍ରୀ ବିଦେଶରୁ ଆସିଥିଲେ । ୧୬୦୦ ପାଖାପାଖି ଯାତ୍ରୀ ଆଟ୍ ରିସ୍କ କଣ୍ଟ୍ରିରୁ ଆସିଥିଲେ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ବିଦେଶରୁ ଆସିଥିବା ଲୋକମାନଙ୍କର କରୋନା ଟେଷ୍ଟ କରାଯାଇଥିଲା । ସମସ୍ତଙ୍କର ଆରଟିପିଆର୍‌ ଟେଷ୍ଟ କରାଯାଇଥିଲା । ସେଥିରେ ୧୨ ଜଣଙ୍କର ପଜିଟିଭ ହୋଇଥିଲେ ।  ପ୍ରଥମ ପର୍ଯ୍ୟାୟରେ ୪ ପଜିଟିଭ ନମୁନର ଜିନାମ ସିକ୍ୱେନ୍ସିଂ ରୁ ଓମିକ୍ରନ ବାହାରିନଥିଲା । ଦ୍ୱିତୀୟ ପର୍ଯ୍ୟାୟ ଜିନମ ସିକ୍ୱେନ୍ସିଂରୁ ୨ ଜଣ ଓମିକ୍ରନ୍ ପଜିଟିଭ ବୋଲି ଜଣାପଡିଛି । ଜଣେ ନାଇଜେରିଆ ଓ ଅନ୍ୟ ଜଣେ କତାରରୁ ଆସିଛନ୍ତି । ଉଭୟ ଭଲ ଅଛନ୍ତି । ଏବେ ସେମାନଙ୍କର କଣ୍ଟାକ୍ଟ ଟ୍ରେସିଂରୁ ଜଣେ ୧୧ ଜଣ, ୧୦ ଜଣଙ୍କ ସଂସ୍ପର୍ଶରେ ଆସିଥିବା ଚିହ୍ନଟ କରାଯାଇଛି । ସେମାନଙ୍କ ଉପରେ ନଜର ରଖାଯାଇଛି । ଜଣକର ଲକ୍ଷଣ ନାହିଁ । ଜଣକର ସ୍ୱଳ୍ପ ଲକ୍ଷଣ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.