ଲଗାଣ ବର୍ଷା ଯୋଗୁଁ ବ୍ୟାପିପାରେ ଝାଡାବାନ୍ତି, ସତର୍କ କରାଇଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

Published By : Prameya-News7 Bureau | August 10, 2022 IST

ଭୁବନେଶ୍ୱର ୧୦।୦୮ : ଲଗାଣ ବର୍ଷା ଯୋଗୁଁ ବ୍ୟାପିପାରେ ଝାଡାବାନ୍ତି । ସ୍ଥିତି ଉପରେ ନଜର ରଖାଯାଇଛି । ଲଗାତର ସ୍ୱାସ୍ଥ୍ୟ ବିଭାଗ ସମସ୍ତ ଜିଲ୍ଲାର ପ୍ରଶାସନିକ ଅଧିକାରୀଙ୍କ ସହ କଥା ହେଉଛନ୍ତି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ଏବେ ବର୍ଷା ଲାଗି ରହିଛି । ଯାହାକୁ ନେଇ ରାଜ୍ୟରେ ଝାଡାବାନ୍ତି ବ୍ୟାପିବାର ଆଶଙ୍କା ମଧ୍ୟ ରହିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ନେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ । ଏନେଇ ସବୁ ଜିଲ୍ଲାର ସିଡିଏମଓଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏପିରିକି ପୂର୍ବରୁ ଝାଡାବାନ୍ତି ବ୍ୟାପିଥିବା ୭ଜିଲ୍ଲା ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି । ଏବେବି ସେହି ସବୁ ୭ ଜିଲ୍ଲାରେ ବୁଲୁଛନ୍ତି ଡାକ୍ତରୀ ଟିମ୍‌ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.