ଲୋକଙ୍କ ଅସୁବିଧା ଓ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ନିରଞ୍ଜନ, କହିଲେ ମୁଁ ପବ୍ଲିକ ମ୍ୟାନ୍
23/03/2023 at 2:24 PM

ଭଦ୍ରକ ୨୩/୦୩: ନିର୍ବାଚନ ଯେତେ ପାଖଉଛି । ନେତା ସେତେ ଆକ୍ଟିଭ ହେଉଛନ୍ତି । ଏବେ ଭଦ୍ରକ ଜିଲ୍ଲାକୁ ବାରମ୍ବାର ଗସ୍ତ କରୁଛନ୍ତି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।
ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଲୋକଙ୍କ ସହ ସାମିଲ ହେଉଛନ୍ତି । ଏବେ ଭଦ୍ରକ ଜିଲ୍ଲାପାଳଙ୍କୁ ଭେଟିଛନ୍ତି ନିରଞ୍ଜନ ଓ ତାଙ୍କ ଟିମ୍ । ଜିଲ୍ଲା କଂଗ୍ରେସ କମିଟି ସଭାପତିଙ୍କ ସହ ଭଣ୍ଡାରିପୋଖରୀ ବ୍ଲକ କଂଗ୍ରେସର ନେତାମାନେ ମଧ୍ୟ ନିରଞ୍ଜନ ପଟ୍ଟନାୟକଙ୍କ ସହ ଜିଲ୍ଲାପାଳଙ୍କୁ ଭେଟିଛନ୍ତି । ନିର୍ବାଚନ ମଣ୍ଡଳୀର ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା କରିଛନ୍ତି ।
ସ୍କୁଲ ସଭାପତିଙ୍କୁ ବନ୍ତ ବିଡ଼ିଓଙ୍କ ମାଡ଼ ଘଟଣା ସହ ବେଆଇନ ବାଲି ଚାଲାଣକୁ ନେଇ ମଧ୍ୟ ଆଲୋଚନା କରାଯାଇଛି । ତେବେ ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ମୁଁ ପବ୍ଲିକ ମ୍ୟାନ , ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀରୁ ପାର୍ଥି ହୋଇଥିଲି । ତେଣୁ ଲୋକଙ୍କ ସୁବିଧା ଅସୁବିଧା ସହ ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା କରିଛି ।