ନୂଆ ଚେହେରା ସହ ନୂଆ ରୂପ ନେବ ଓଡ଼ିଶା କଂଗ୍ରେସ, ଖୁବ ଶୀଘ୍ର ନୂଆ ପିସିସି ସଭାପତିଙ୍କ ନାଁ ଘୋଷଣା ସମ୍ଭାବନା

Published By : Prameya-News7 Bureau | May 10, 2022 IST

ନୂଆଦିଲ୍ଲୀ ୧୦/୦୫: ନୂଆ ଚେହେରା ସହିତ ନୂଆ ରୂପ ନେବ ଓଡ଼ିଶା କଂଗ୍ରେସ । ପରିବର୍ତ୍ତନର ସଂକେତ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ । ଶୀଘ୍ର ନୂଆ ନାଁ ଘୋଷଣା ହେବା ସମ୍ଭାବନା ରହିଛି ।

ନୂଆଦିଲ୍ଲୀ ୧୨ ତୋଗଲକ ଲେନ୍ ସ୍ଥିତ ରାହୁଲ ଗାନ୍ଧୀଙ୍କ ଘରେ ରାଜ୍ୟ କଂଗ୍ରେସ ନେତାଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସବୁ ନେତାଙ୍କ ସହିତ one to one ଆଲୋଚନା କରିଛନ୍ତି ରାହୁଲ । ରାଜ୍ୟ ପିସିସି ପରିବର୍ତ୍ତନ ସହ ସାଂଗଠନିକ ସ୍ଥିତି ନେଇ ଆଲୋଚନା ସମୟରେ ଓଡ଼ିଶା କଂଗ୍ରେସ ପ୍ରଭାରୀ, ସମସ୍ତ ୯ ଜଣ ବିଧାୟକ , ପୂର୍ବତନ ପିସିସି ପ୍ରମୁଖ ଉପସ୍ଥିତ ଥିଲେ ।

କଂଗ୍ରେସ ହାଇକମାଣ୍ଡଙ୍କ ଡକରା ପରେ ଦିଲ୍ଲୀରେ ଡେରା ଯାଇଥିଲେ ରାଜ୍ୟ କଂଗ୍ରେସ ବିଧାୟକ ଏବଂ ଛାମୁଆ ନେତା । ୨୦୨୪ ନିର୍ବାଚନ ରଣନୀତି ଏବଂ ସଂଗଠନକୁ କିପରି ମଜବୁତ୍ କରାଯିବ ସେ ନେଇ ଆଲୋଚନା ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.