ବନ୍ୟାଞ୍ଚଳରେ ବଢୁଛି ରୋଗ, ୩୨ ଜଣ ସାପ କାମୁଡ଼ା ରୋଗୀ ଚିକିତ୍ସିତ

Published By : Prameya-News7 Bureau | August 22, 2022 IST

ଭୁବନେଶ୍ୱର ୨୨/୦୮: ବନ୍ୟାଞ୍ଚଳରେ ବଢୁଛି ରୋଗ । ବିଶେଷକରି ଜଳବାହିତ ରୋଗ ବଢୁଛି । ମାଲେରିଆ, ଡେଙ୍ଗୁ ବଢିବା ସହ ସାପ କାମୁଡ଼ା ବଢୁଛି । ବନ୍ୟା ପ୍ରପୀଡ଼ିତ ୧୪ ଜିଲ୍ଲାରେ ୨୩,୩୬୭ ଜଣ ଲୋକ ଚିକତ୍ସା ହେଉଛନ୍ତି । ୩୨ ଜଣ ସାପ କାମୁଡ଼ା ରୋଗୀ ଚିକିତ୍ସିତ ହେଇଛନ୍ତି । ମୃତ୍ୟୁସଂଖ୍ୟା ବର୍ତ୍ତମାନ ସୁଦ୍ଧା ନାହିଁ ।

ବିଶେଷ କରି ଜଳ ବିଶୋଧନ କିଭଳି ହେବ ସେଥିପାଇଁ କାମ ଚାଲିଛି । ୫ ଲକ୍ଷ ୩୭ ହଜାର ହାଲୋଜିନ ବଟିକା ବଣ୍ଟା ଯାଇଛି । ୧ ଲକ୍ଷ ୨୨ ହଜାର ଓ.ଆର.ଏସ ବଣ୍ଟା ଯାଇଛି । ମେଡ଼ିକାଲ ରିଲିଫ ସେଣ୍ଟର ୨୧୦ ରହିଛି, ମୋବାଇଲ ଟିମ ୧୨୫ଟି କାମ କରୁଛି । ଲୋକଙ୍କୁ ସଚେତନ କରାଯାଉଛି ସଫା ସୁତୁରା ରହିବା ପାଇଁ ।

ସେପଟେ ବାଲେଶ୍ବରରେ ଏବେ ରୋଗୀ ସଂଖ୍ୟା ବଢିବ ବୋଲି ଆଶା ରହିଛି ଏଣୁ ବାଲେଶ୍ବର ସିଡିଏମଓଙ୍କ ସହ ସ୍ୱାସ୍ଥ୍ୟ ବିଭାଗ ଆଲୋଚନା କରିଛି । ସେପଟେ ସ୍ୱାସ୍ଥ୍ୟ ବିଭାଗ ଟିମ୍ ଅଞ୍ଚଳକୁ ଯାଇଛନ୍ତି । ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ବୋଲି ପ୍ରତିକ୍ରିୟା ରଖିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦେଶକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.