ସରକାର ଗଢି ମୁଖ୍ୟମନ୍ତ୍ରୀ ହେବାକୁ ନିରଞ୍ଜନ ହେଲେଣି ବ୍ୟଗ୍ର ; ଟୁଇଟରରେ ଚଳାଇଛନ୍ତି କାଉଣ୍ଟଡାଉନ

Published By : Prameya-News7 Bureau | January 12, 2019 IST

ଭୁବନେଶ୍ବର ୧୨|୧: ରାଜ୍ୟରେ ସରକାର କରିବାକୁ ଉତ୍କଣ୍ଠିତ ହେଲାଣି  କଂଗ୍ରେସ ।  ପିସିସ ସଭାପତି ଟୁଇଟ ପରେ ଟୁଇଟ କରି ଏଭଳି ବ୍ୟଗ୍ରତା ପ୍ରକାଶ କରୁଛନ୍ତି । ରାଜନୀତିର ମହାରଥୀ କୁହାଯାଉଥିବା ବିଜୟ, ଦିଲ୍ଲୀପ ଓ ବୈଜୟନ୍ତଙ୍କ  ସ୍ଥିତି ସ୍ପଷ୍ଟ ହେଉନି କି ମହାମେଣ୍ଟ ନେଇ ସ୍ପଷ୍ଟ ଚିତ୍ର ମିଳୁନି। କିନ୍ତୁ ଏହି ନେତାମାନଙ୍କୁ କୁଆଡେ ଦଳରେ ନେବାକୁ ଆଖେଇଛନ୍ତି  କଂଗ୍ରେସ ଓ ବିଜେପି। ହେଲେ ଏମାନଙ୍କ ମୂଲଚାଲରେ ତିନି ଦଳର ହିସାବ ବଉଳା ହୋଇଯାଉଛି ..।  

{"id":73173}

ଘୋଷଣା ହୋଇନି ନିର୍ବାଚନ। ପ୍ରଥମ ପ୍ରର୍ଯ୍ୟୟ ପ୍ରାର୍ଥୀଙ୍କ ଟିକେଟ କ୍ଳିୟର କରିପାରିନି କଂଗ୍ରେସ । କିନ୍ତୁ ମୁଖ୍ୟମନ୍ତ୍ରୀ ହେବାକୁ ମନ ବଳାଇସାରିଲେଣି ନିରଞ୍ଜନ ।  ଟୁଇଟର ଟୁଇଟରରେ ଶପଥ ନେବାକୁ ଦିନ ଗଣୁଛନ୍ତି ପିସିସି ସଭାପତି । ଦେଖନ୍ତୁ ଟୁଇଟର ପେଜକୁ । ସିଧା ଲେଖିଛନ୍ତି ରାଜ୍ୟରେ କଂଗ୍ରେସ ସରକାର ପାଇଁ ବାକି ଅଛି ୧୩୫ ଦିନ । ତାପରେ ନୂତନ ଓଡିଶାର ଆରମ୍ଭ ହେବ। ଏଭଳି ଲେଖା ହୋଇଛି, ସତେ ଯେମିତି ସରକାର ଗଠନ ହୋଇସାରିଛି ଖାଲି ନିରଞ୍ଜନଙ୍କ ଶପଥ ପାଠ ବାକି ଅଛି। ଆଉ ନିରଞ୍ଜନଙ୍କୁ ପଚାରିଲେ ଉତ୍ତର ମିଳିଛି କର୍ମୀକୁ ଉତ୍ସାହିତ କରିବାକୁ ଏପରି ଲେଖାଯାଇଛି ।

{"id":73174}

କଂଗ୍ରେସ ଦିନ ଗଣିବା ଆରମ୍ଭ କରିଥିବାବେଳେ ଉତ୍ତପ୍ରଦେଶରେ ବୁଆ ବବୁଆ  ମେଣ୍ଟ ସିଟ୍‌ ବି ଘୋଷଣା କରିସାରିଲାଣି । ହେଲେ ଏଠି ଦିନ ପରେ ଦିନ ଗଡିଚାଲିଛି କିନ୍ତୁ ମହାମେଣ୍ଟ ନେଇ କିଛି ସ୍ପଷ୍ଟ ହୋଇପାରୁନିସବୁ ଦଳଙ୍କ ଆଖି ବିଜୟ, ଦିଲ୍ଲୀପ ବୈଜୟନ୍ତଙ୍କ ଉପରେ । ହେଲେ ନା ଏହି ନେତା ଏକାଠି କିଛି କରୁଛନ୍ତି, ନା କେଉଁ ଦଳରେ ମିଶିବାକୁ ସଙ୍କେତ ଦେଉଛନ୍ତି। ଏମାନେ ସବୁ ନିଜହାତରେ ୧୪ ପା । କାରଣ ଦଳରେ ମିଶିବାକୁ ଏହି ନେତାମାନେ ଯେଉଁ ମୂଲଚାଲ କରୁଛନ୍ତି ବିଜେଡି, ବିଜେପି କଂଗ୍ରେସର ପୂରା ହିସାବ ବିଗିଡି ଯାଉଛି ।

{"id":73175}

ନିର୍ବାଚନକୁ ଆଉ ପାଖାପାଖି ୩ ମାସ। ଓଡିଶା ରାଜନୀତିରେ ଦୃଶ୍ୟପଟ୍ଟ ବଦଳିବାର ରହିଛି ସମ୍ଭାବନା। ଏହି ଦୃଶ୍ୟପଟ୍ଟ ନିର୍ଭର କରୁଛି ବିଜୟ, ବୈଜୟନ୍ତ ଓ ଦିଲ୍ଲୀପଙ୍କ ମୁଭ୍‌ ଉପରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.