କର୍ଣ୍ଣାଟକ ଫଳାଫଳ ନେଇ ଜିତେନ୍ଦ୍ର ସିଂ କହିଲେ କ୍ଷମତାରେ ଥାଇ ମଧ୍ୟ କଂଗ୍ରେସ କାହିଁକି ହାରିଲା ତର୍ଜମା ହେବ
15/05/2018 at 9:46 AM

କର୍ଣ୍ଣାଟକ ନିର୍ବାଚନ ଫଳାଫଳ ନେଇ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂଙ୍କ ପ୍ରତିକ୍ରିୟା :
କ୍ଷମତାରେ ଥାଇ ମଧ୍ୟ ସେଠାରେ କାହିଁକି କଂଗ୍ରେସ ହାରିଲା ସେନେଇ ତର୍ଜମା ହେବ…ସରକାରୀ ବିରୋଧୀ ହାୱା କାମ କରିଥାଇପାରେ…ଫଳାଫଳ ପରେ କେଉଁ କେଉଁ ଦିଗରେ ଆମେ ବିଫଳ ହେଲୁ ସେନେଇ ଅନୁଧ୍ୟାନ କରିବୁ…ଏହାପରେ ପରବର୍ତ୍ତୀ ପଦକ୍ଷେପ ନେବୁ
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା :
ସେଠାରେ ସରକାରୀ ବିରୋଧୀ ହାୱା କାମ କରିଛି…ଓଡିଶାରେ ମଧ୍ୟ ସରକାରୀ ବିରୋଧୀ ହାୱା କାମ କରିବ…ଗତ କିଛିଦିନ ଧରି କଂଗ୍ରେସ ଏକଥା ଅନୁଭବ କରିଛି…ଆଗକୁ ସେହି ଅନୁସାରେ ଆମେ କାର୍ଯ୍ୟକ୍ରମ କରିବୁ…
କାର୍ଯ୍ୟକାରୀ ସଭାପତି ଚିରଞ୍ଜିବୀ ବିଶ୍ବାଳଙ୍କ ପ୍ରତିକ୍ରିୟା :
କର୍ଣ୍ଣାଟକରେ ପ୍ରତି ୫ ବର୍ଷରେ ଥରେ ସରକାର ବଦଳେ…ତେଣୁ ତାର ପ୍ରଭାବ ପଡିଛି…ଏଠି ମଧ୍ୟ ସରକାରୀ ବିରୋଧୀ ହାୱା କାମ କରୁଛି…ଆମେ ସେ ଦିଗରେ କାମ ଆରମ୍ଭ କରିଛୁ…