suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

କଂଗ୍ରେସ ସଂଖ୍ୟା ୧୬ ରୁ ୯କୁ ଖସିଲା: ସଭାପତି ପଦରୁ ଇସ୍ତଫା ଦେଲେ ନିରଞ୍ଜନ, ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଭକ୍ତ

24/05/2019 at 8:24 PM

ଭୁବନେଶ୍ବର୨୪|୫: ନିର୍ବାଚନ ଫଳାଫଳକୁ ନେଇ କଂଗ୍ରେସ ନିରାଶ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗୋଟି ଚାଳନାକୁ ପ୍ରଶ୍ନ ହେବା କରିବା କଲେଣି କଂଗ୍ରେସ ନେତା । ସଭାପତିଙ୍କୁ ନେଇ ବିଦ୍ରୋହ ହେବା ଆଗରୁ ମାମଲା ଥଣ୍ଡା ପାଇଁ  ନିରଞ୍ଜନ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଛନ୍ତି । ଏପଟେ ଭକ୍ତ ଦାସ ବି ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ।

ଫ୍ଲପ ହେଲା ଓଡ଼ିଶା କଂଗ୍ରେସ । କ୍ୟାପଟେନ୍‌ ନିରଞ୍ଜନଙ୍କ ନେତୃତ୍ବରେ ଦଳର ଡଙ୍ଗା ବୁଡିଗଲା । ବର୍ଷକ ତଳେ ଠିକ ଏହି ମେ ମାସରେ ନିରଞ୍ଜନ ହାଇକମାଣ୍ଡଙ୍କ ଉପରେ ଚାପ ପକାଇ ପ୍ରସାଦଙ୍କୁ ଗାଦିଚ୍ୟୁତ କରିଥିଲେ । ଅଧା ବୁଡିଥିବା କଂଗ୍ରେସ ଡଙ୍ଗା ଉଠାଇବାକୁ ସ୍ବପ୍ନ ଦେଖାଇଥିଲେ । ହେ​‌ଲେ କଂଗ୍ରେସ ଅବସ୍ଥା ଶୋଚନୀୟ ହୋଇପଡିଲା। କଂଗ୍ରେସ ସଂଖ୍ୟା ୧୬ ରୁ ୯କୁ ଖସିଲା।  ଦୁଇ ଅଙ୍କରୁ ଏକ ଅଙ୍କ ହୋଇଗଲା। ଶେଷରେ  ଏମିତି ଅବସ୍ଥା ହେଲା ​‌ଯେ ବିରୋଧୀଦଳର ମାନ୍ୟତା ବି ରହିଲାନି । ନିରଞ୍ଜନ କଂଗ୍ରେସ ଡଙ୍ଗା କଣ ପାର କରିବେ ନିଜେ ବି ଦୁଇଟି ଆସନରେ ବୁଡିଯାଇଛନ୍ତି ।

କଂଗ୍ରେସ ଗଡ ଧସିଯାଇଥିବା ବେଳେ ନିରଞ୍ଜନ ନୈତିକତାର କଥା କହି ନିଜ ମୁଣ୍ଡ ଉପରକୁ ସବୁ ଦୋଷ ନେଇଛନ୍ତି । ଦଳରେ ବିଦ୍ରୋହ ବଢିବା ଆଗରୁ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି । ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ବି ଭକ୍ତ ଦାସ ଇସ୍ତଫା ଦେଇଛନ୍ତି । ବିପର୍ଯ୍ୟୟ ପାଇଁ ଭୁଲ କେଉଁଠି ରହିଲା ଖୋଜିବା ପାଇଁ ନରସିଂହ ମିଶ୍ରଙ୍କ ନେତୃତ୍ବରେ ଏକ ୧୭ ଜଣିଆ ଟିମ ଗଠନ କରାଯାଇଛି ।

ରାହୁଲ ଗାନ୍ଧୀଙ୍କ ଓଡିଶା ଗସ୍ତ ପରେ କଂଗ୍ରେସ ସପକ୍ଷରେ ବାତାବରଣ ବୋହିଥିଲା ।ହେଲେ ପରେ କିନ୍ତୁ ଏହି ମାହୋଲକୁ ପିସିସି ସଭାପତି ଧରି ରଖିପାରିଲେ ନାହିଁ । ଯେଉଁଥିପାଇଁ କଂଗ୍ରେସ ଏଭଳି ବିପର୍ଯ୍ୟୟର ସମ୍ମୁଖୀନ ହେଲା। ହେଲେ ପିସିସି ସଭାପତିଙ୍କ ଇସ୍ତଫା କଣ ଅସନ୍ତୁଷ୍ଟ କଂଗ୍ରେସ କର୍ମୀଙ୍କୁ ସନ୍ତୁଷ୍ଟ କରିପାରିବ ? ଏବେ ତାହା ହିଁ ବଡ ପ୍ରଶ୍ନ

   Related Posts