ରାହୁଲଙ୍କ ଓଡିଶା ଗସ୍ତ ଦିନ ପୁରୀରେ ବିଜେଡିର କାଳିଆ କାର୍ଯ୍ୟକ୍ରମ ; ନିରଞ୍ଜନ କହିଲେ କାର୍ଯ୍ୟକ୍ରମ ଭଣ୍ଡୁର ପାଇଁ ଉଦ୍ୟମ କରୁଛି ଶାସକ ଦଳ
18/01/2019 at 1:09 PM

ଭୁବନେଶ୍ବର ୧୮|୧: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ୨୫ ତାରିଖର କାର୍ଯ୍ୟକ୍ରମକୁ ଭଣ୍ଡୁର କରିବାକୁ ଉଦ୍ୟମ କରାଯାଉଥିବା ଗୁରୁତର ଅଭିଯୋଗ ଆଣିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଅଭିଯୋଗ ସିଧା ସଳଖ ବିଜେଡି ବିରୋଧରେ ଆଣିଛନ୍ତି ନିରଞ୍ଜନ । ରାହୁଲ ଗାନ୍ଧିଙ୍କ କାର୍ଯ୍ୟକ୍ରମକୁ ଭଣ୍ଡୁର କରିବାକୁ ଉଦ୍ୟମ କରୁଛି ଶାସକ ଦଳ । ସେଥିପାଇଁ କାଳିଆ ଯୋଜନା କରିବା ସହିତ କଂଗ୍ରେସକୁ ବସ୍ ନଦେବା ପାଇଁ ଆରଟିଓମାନଙ୍କୁ କୁହାଯାଇଛି । ଆହୁରି ମଧ୍ୟ ନିରଞ୍ଜନ କହିଛନ୍ତି ଯେ, ପ୍ରତି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଭାଙ୍ଗିବାକୁ ଉଦ୍ୟମ କରୁଛି ବିଜେଡି । କଂଗ୍ରେସର ସଂଗଠନ ଦୃଢ ଥିବାରୁ ଏହା ଉପରେ ଆଖି ପକାଇ ବିଜେଡି ହୀନ ରାଜନୀତି କରୁଛି ବୋଲି ନିରଞ୍ଜନ କହିଛନ୍ତି ।
ସୂଚନାଯୋଗ୍ୟ ଯେ ଆସନ୍ତା ୨୫ ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଭୁବନେଶ୍ବର ତମାଣ୍ଡୋରେ ରାହୁଲ ଗାନ୍ଧିଙ୍କ କାର୍ଯ୍ୟକ୍ରମ ରହିଛି । ସେହି ଦିନ ହିଁ ପୁରୀରେ ବିଜେଡିର କାଳିଆ ଯୋଜନାକୁ ନେଇ କାର୍ଯ୍ୟକ୍ରମ ରହିଛି । ରାହୁଲଙ୍କ କାର୍ଯ୍ୟକ୍ରମ ଦିନ ବିଜେଡି ପକ୍ଷରୁ ପୁରୀରେ ‘କାଳିଆ’ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଆରଟିଓଙ୍କୁ ସବୁ ବସ୍ ପୁରୀ ପଠାଇବାକୁ କୁହାଯାଇଛି । ଚାରିଚକିଆ ଯାନର ଦର ଏଥିପାଇଁ ବଢ଼ାଇ ଦିଆଯାଇଛି ।