Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ରାଜ୍ୟରେ ଚିନ୍ତା ବଢାଇଲାଣି ସ୍କ୍ରବ୍ ଟାଇଫସ୍, ସୁନ୍ଦରଗଡ଼-ବରଗଡ଼କୁ ଯାଇଛନ୍ତି ସ୍ୱତନ୍ତ୍ର ଟିମ୍‌

18/09/2023 at 1:44 PM

Niranjan Mishra ,Health Director, Odisha

ଭୁବନେଶ୍ବର ୧୮।୯ : ରାଜ୍ୟରେ ଚିନ୍ତା ବଢାଇଲାଣି ସ୍କ୍ରବ୍ ଟାଇଫସ୍ । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ସେ କହିଛନ୍ତି, ସ୍କ୍ରବ୍ ଟାଇଫସରେ ମୃତ୍ୟୁର ତଦନ୍ତ ପାଇଁ ବରଗଡ଼ ଓ ସୁନ୍ଦରଗଡ଼ ଯାଇଛନ୍ତି ଜନସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଟିମ୍ । ଜଣେ ଯୁଗ୍ମ ନିର୍ଦ୍ଦେଶକଙ୍କ ସହ ଏପିଡେମୋଲୋଜିଷ୍ଟ ଅଛନ୍ତି । ଘଟଣାର ପୁରା ତଦନ୍ତ କରିବେ ଏହି ଟିମ୍‌ ।

ସେହିପରି ବରଗଡରୁ ୫ ଓ ସୁନ୍ଦରଗଡ଼ରୁ ଜଣଙ୍କର ମୃତ୍ୟୁ ଖବର ମିଡ଼ିଆରେ ଆସିଥିଲା । ହେଲେ ସେମାନଙ୍କ ଟେଷ୍ଟ ଘରୋଇ ହସ୍ପିଟାଲରେ ହୋଇଥିଲା । କ’ଣ ଟେଷ୍ଟ ହୋଇଥିଲା ଓ କେମିତି ମୃତ୍ୟୁ ହୋଇଛି, ତାହାର ତଦନ୍ତ ହେଉଛି । ଘରୋଇ ହସ୍ପିଟାଲ ସହ ଭର୍ବାଲ ଅଟୋପ୍ସି ହେବ । ଯେଉଁଥିରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମୃତକଙ୍କୁ ନେଇ ତଥ୍ୟ ସଂଗ୍ରହ ହେବ । ଘରୋଇ ହସ୍ପିଟାଲ କାର୍ଡ ଟେଷ୍ଟ କରୁଛନ୍ତି । ଯାହା ଠିକ୍ ନୁହେଁ । ତାହା ରାପିଡ୍ ଡାଇଗ୍ନୋଷ୍ଟିକ୍ କୀଟର ହୁଏ । ହେଲେ ତାହା ପ୍ରକୃତ ଟେଷ୍ଟ ନୁହେଁ । କେବଳ ଏଲିସା ପଦ୍ଧତିରେ ଟେଷ୍ଟ ହେଲେ ହି ସଠିକ୍ ତଥ୍ୟ ମିଳିବ । ସରକାରୀ ହସ୍ପିଟାଲରେ ଏଲିସା ପଦ୍ଧତିରେ ପରୀକ୍ଷା ହେଉଛି ।

   Related Posts