ରାଜ୍ୟରେ କୋଭିଡ୍ ସ୍ଥିତି ବର୍ତ୍ତମାନ କମିବା ଅବସ୍ଥାରେ ଅଛି : ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

Published By : Prameya-News7 Bureau | January 28, 2022 IST

ଭୁବନେଶ୍ବର ୨୮।୧: ରାଜ୍ୟରେ କୋଭିଡ୍ ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ସେ କହିଛନ୍ତି, ରାଜ୍ୟରେ କୋଭିଡ୍ ସ୍ଥିତି ବର୍ତ୍ତମାନ କମିବା ଅବସ୍ଥାରେ ଅଛି । ପୂରା ତଳକୁ ଆସିନାହିଁ । ଦ୍ଵିତୀୟତଃ ଟିକାକରଣ ଅଧିକ ଥିବାରୁ ଲୋକଙ୍କଠାରେ କମ୍ ଲକ୍ଷଣ ଦେଖାଯାଉଛି । ତେଣୁ ଯେଉଁମାନେ ଟିକା ନେଇନାହାନ୍ତି, ତୁରନ୍ତ ନେଇଯାଆନ୍ତୁ । ଏମିତିକି ଯେଉଁମାନେ ଯୋଗ୍ୟ, ସେମାନେ ପ୍ରିକସନ୍ ଡୋଜ୍ ବି ନେଇଯାଆନ୍ତୁ ।

ସାମଗ୍ରିକ ଭାବେ ଯାହା ଦେଖାଯାଉଛି, କୋଭିଡ୍ ତଳମୁହାଁ ଅଛି । ଗ୍ରାଫ୍ ତଳକୁ ପହଞ୍ଚିବା ଯାଏଁ ଆମେ ଆଉ କିଛି ଦିନ ଅପେକ୍ଷା କରିବା । ଆମ ରାଜ୍ୟର ଷ୍ଟାଣ୍ଡାର୍ଡ ଓ ପାରାମିଟର ଦେଖି କଟକଣା କୋହଳ ନିଷ୍ପତ୍ତି ନିଆଯିବ । ଏପର୍ଯ୍ୟନ୍ତ ଆମେ ତଳକୁ ଆସିନେ । ଯେହେତୁ ଓମିକ୍ରନର ସଂକ୍ରମଣ ହାର ବହୁତ ଅଧିକ, କେତେବେଳେ ବି ବଢ଼ିପାରେ । ତଳକୁ ନ ଆସିବା ଯାଏ ଆମକୁ ଅପେକ୍ଷା କରିବାକୁ ପଡିବ ।

ପ୍ରଥମ ଡୋଜ ଟିକା ଲାଗି ରାଜ୍ୟରେ ୨୧ ଲକ୍ଷ ଲୋକ ବାକି ଅଛନ୍ତି । ଜିଲ୍ଲାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି, କେଉଁ ଜିଲ୍ଲାରୁ କେତେ ବାକି ଅଛନ୍ତି ସେମାନେ ସେ ତଥ୍ୟ ଦେବେ । ଏହାପରେ ସବୁ ଲୋକଙ୍କ ଟିକାକରଣ ଶେଷ ପାଇଁ ପଦକ୍ଷେପ ନିଆଯିବ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.