ବହୁ ଚର୍ଚ୍ଚିତ ନିରଞ୍ଜନ ଜେନା ହତ୍ୟା ମାମଲାରେ ଆଜି ରାୟ ଆସିବ

Published By : Prameya-News7 Bureau | June 30, 2018 IST

ଭଦ୍ରକ ବାସୁଦେବପୁରର ବହୁ ଚର୍ଚ୍ଚିତ ନିରଞ୍ଜନ ଜେନା ହତ୍ୟା ମାମଲାରେ ଆଜି ରାୟ ଆସିବ । ବାସୁଦେବପୁର ଥାନା ସୁଗୋ ଗାଁର ଛୁଞ୍ଚିଆ ଓରଫ ନିରଞ୍ଜନଙ୍କୁ ଗତ ୨୦୦୨ ନଭେମ୍ବର ୩ ତାରିଖରେ ହତ୍ୟା କରାଯାଇଥିଲା । ଏଥିରେ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ସମେତ ୬ଜଣ ଅଭିଯୁକ୍ତ ଅଛନ୍ତି । ୧୬ ବର୍ଷ ପରେ ଆଜି ରାୟ ପ୍ରକାଶ ପାଇବ । ଭଦ୍ରକ ଅତିରିକ୍ତ ଜିଲ୍ଲା ଦୌରା ଜଜ ଏହି ମାମଲାର ରାୟ ଶୁଣାଇବେ । ଏହି ରାୟ ଧାମନଗର ବିଧାୟକଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.