ନବ ନିର୍ବାଚିତ ସାଂସଦଙ୍କ ସୁବର୍ଣ୍ଣପୁର ଗସ୍ତ, ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସ୍ୱାଗତ ଓ ସମ୍ୱର୍ଦ୍ଧନା

Published By : Prameya-News7 Bureau | June 16, 2022 IST

ସୋନପୁର ୧୬/୦୬: ନବନିର୍ବଚିତ ରାଜ୍ୟସଭା ସାଂସଦ ତଥା ଆଦିବାସୀ ନେତା ନିରଞ୍ଜନ ବିଶିଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ । ସୋନପୁର ଗସ୍ତ ଅବସରରେ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବିପୁଳ ସ୍ୱାଗତ ଓ ସମର୍ଦ୍ଧନା ଦିଆଯାଇଛି । ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ସ୍ଥାନୀୟ କଚେରୀ ଛକରୁ ତାଙ୍କୁ ସ୍ବାଗତ କରିବା ସଦିତ ସ୍ଥାନୀୟ ଏନ.ଜି.ଓ ସିସି ହଲକୁ ପାଛୋଟି ଆଣିଥିଲେ ।

ପରେ ସ୍ଥାନୀୟ ଏନ.ଜି.ଓ ସି.ସି ହଲଠାରେ ଏକ ସମ୍ୱର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ପ୍ରତିଟି ଆଦିବାସୀ ହକ୍ ପାଇଁ ସବୁ ବେଳେ ଲଢି ଆସିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ବିକାଶ ଧାରାଙ୍କୁ ଆଗେଇ ନେବା ସହିତ ସଂସଦରେ ଆଦିବାସୀଙ୍କ ହକ ଓ ରାଜ୍ୟବାସୀଙ୍କ ଦାବୀ ରାଜ୍ୟ ସଭାରେ ଉପସ୍ଥାପନ କରିବେ ବୋଲ ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.