Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ୍‌ଙ୍କ ଧମାକାଦାର୍‌ ବ୍ୟାଟିଂ, ହାସଲ କଲେ ୪୪ ତମ ଶତକ
  • ||
  • ଇଷାନ୍‌ କିଷାନ୍‌ଙ୍କ ଜବରଦସ୍ତ ବ୍ୟାଟିଂ, ଦିନିକିଆ କ୍ରିକେଟ୍‌ରେ ହାସଲ କଲେ ପ୍ରଥମ ଦ୍ୱିଶତକ
  • ||
  • ଭୁବନେଶ୍ୱର: ଅର୍ଚ୍ଚନା ନାଗ ଗିରଫ ମାମଲା, କୋର୍ଟଙ୍କ ଅନୁମତି ପରେ ତଥ୍ୟ ଦେଲା ଖଣ୍ଡଗିରି ପୋଲିସ
  • ||
  • ଭୁବନେଶ୍ୱର: ‘ମାଣ୍ଡସ୍’ ପ୍ରଭାବ, ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା
  • ||
  • ନୟାଗଡ: ଫତେଗଡ ଥାନା ପୋଲିସକୁ ସଫଳତା, ଧରାପଡିଲେ ଦୁଇ ଆନ୍ତରାଜ୍ୟ ଲୁଟେରା
  • ||
  • ଭୁବନେଶ୍ୱର: ରିମାଣ୍ଡର ୬ ଦିନ ପରେ ବି ମୁହଁ ଖୋଲୁନାହାଁନ୍ତି ଅର୍ଚ୍ଚନା, ପଚାରି ପଚାରି ହାଲିଆ ଇଡି
  • ||

ଆହତ ସମସ୍ୟାରୁ ମୁକୁଳିବା ପରେ ନୀରଜଙ୍କ ଦମଦାର ଏଣ୍ଟ୍ରି, ଲୁସାନେ ଡାଏମଣ୍ଡ ଲିଗରେ ରଚିଲେ ଇତିହାସ

27/08/2022 at 7:40 AM

ନୂଆଦିଲ୍ଲୀ, ୨୭|୦୮: ଭାରତର ଷ୍ଟାର୍ ଜାଭେଲିନ୍ ଥ୍ରୋ ଚାମ୍ପିଅନ୍ ନୀରଜ ଚୋପ୍ରା ଆହତ ସମସ୍ୟାରୁ ମୁକୁଳିବା ପରେ ଦମଦାର ଏଣ୍ଟ୍ରି କରିଛନ୍ତି । ସେ ଶୁକ୍ରବାର ୮୯.୦୮ ମିଟର ବେଷ୍ଟ ଥ୍ରୋ ସହ ଲୁସାନେ ଡାଏମଣ୍ଡ ଲିଗ୍ ମିଟ୍ ଟାଇଟଲ ହାସଲ କରିଛନ୍ତି । ନୀରଜ ଏହି ଟ୍ରଫି ଜିତିଥିବା ପ୍ରଥମ ଭାରତୀୟ ଅଟନ୍ତି । ଏହି ବିଜୟ ସହ ସେ ସେପ୍ଟେମ୍ବର ୭ ଓ ୮ରେ ହେବାକୁ ଥିବା ଡାଏମଣ୍ଡ ଲିଗ୍ ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି ।

କେବଳ ଏତିକି ନୁହେଁ ହଙ୍ଗେରୀର ବୁଡାପେଷ୍ଟରେ ହେବାକୁ ଥିବା ବିଶ୍ୱ ଚାମ୍ପିଅନସିପ୍ ୨୦୨୩ ପାଇଁ କ୍ୱାଲିଫାଏ କରିଛନ୍ତି । ନୀରଜ ଚୋପ୍ରା ନିଜ ପ୍ରୟାସରେ ୮୯.୦୮ ମିଟର ଦୂରକୁ ଜାଭେଲିନ୍ ଫିଙ୍ଗିଥିଲେ । ଯାହାକୁ ଛୁଇଁବା ଅନ୍ୟ ଖେଳାଳିଙ୍କ ପାଇଁ ଅସମ୍ଭବ ହୋଇ ପଡିଥିଲା । ଏହାପରେ ଦ୍ୱିତୀୟ ପ୍ରୟାସରେ ସେ ୮୫.୧୫ ମିଟର ଥ୍ରୋ କରିଥିଲେ । ତେବେ ତୃତୀୟ ପ୍ରୟାସକୁ ସେ ସ୍କିପ୍ କରିଥିଲେ । ତେବେ ତାଙ୍କର ଚତୁର୍ଥ ପ୍ରୟାସକୁ ଫାଉଲ କରାଯାଇଥିବା ବେଳେ ପଞ୍ଚମ ପ୍ରୟାସରୁ ସେ ଦୂରରେ ଥିବା ନିଷ୍ପତ୍ତି ନେଇଥିଲେ ।

ନିଜ ଅନ୍ତିମ ଥ୍ରୋରେ ସେ ୮୦.୦୪ ମିଟରର ନିଶାନା ଲଗାଇଥିଲା । ଲୁସାନେ ଡାଏମଣ୍ଡ ଲିଗରେ ଟୋକିଓ ଅଲମ୍ପିକରେ ରୁପା ଜିତିଥିବା ଜ୍ୟାକବ ବାଡଲେଜ୍ ୮୫.୮୮ ମିଟର ବେଷ୍ଟ୍ ଥ୍ରୋ ସହ ଦ୍ୱିତୀୟ ଓ ୟୁଏସଏର କାର୍ଟିସ ଥମ୍ପସନ୍ ୮୩.୭୨ ମିଟରର ବେଷ୍ଟ ଥ୍ରୋ ସହ ତୃତୀୟ ସ୍ଥାନରେ ରହିଥିଲେ ।

   Related Posts