ରଥଯାତ୍ରା: ସୁପ୍ରିମକୋର୍ଟଙ୍କ ରାୟ ପୂରା ଦେଶକୁ ଆନନ୍ଦିତ କରିଛି, ଓଡିଶାର ଭାଇ ଓ ଭଉଣୀଙ୍କ ପାଇଁ ଆଜିର ଦିନଟି ହେଉଛି ସ୍ଵତନ୍ତ୍ର ଦିନ

Published By : Prameya-News7 Bureau | June 22, 2020 IST

ନୂଆଦିଲ୍ଲୀ ୨୨।୦୬: ଆଜି ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି କ୍ରମେ ସୁପ୍ରିମକୋର୍ଟ ପୁରୀ ବିଶ୍ଵ ପ୍ରସିଦ୍ଧ ରଥ ଯାତ୍ରା ଆୟୋଜନକୁ ଅନୁମତି ଦେଇଛନ୍ତି। ଏଥିନେଇ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା ସର୍ବୋଚ୍ଚ ନ୍ୟାୟାଳୟକୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ, ଆଜିର ଦିନଟି ବିଶେଷ କରି ଓଡିଶା ଭାଇ ଓ ଭଉଣୀଙ୍କ ପାଇଁ ଏକ ସ୍ଵତନ୍ତ୍ର ଦିନ। ରଥ ଯାତ୍ରା ଆୟୋଜନ ନେଇ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ସମଗ୍ର ଦେଶକୁ ଆନନ୍ଦିତ କରିଛି।

ଅମିତ୍ ଶାହା ଟ୍ଵିଟ୍ କରି କହିଛନ୍ତି, କୋର୍ଟଙ୍କ ରାୟ କୋଟି କୋଟି ଜଗନ୍ନାଥପ୍ରେମୀଙ୍କୁ ଆହ୍ଲାଦିତ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେବଳ ଭକ୍ତଙ୍କ ମନୋଭାବକୁ ବୁଝି ନାହାନ୍ତି ବରଂ ସେହି ପରାମର୍ଶକୁ କାର୍ଯ୍ୟକାରୀ କରିବା ଆରମ୍ଭ କରିଛନ୍ତି ଯେଉଁଥିରେ  ପରମ୍ପରା ଏବଂ ରୀତି ନୀତି ସହକାରେ ରଥଯାତ୍ରା ସୁରୁଖୁରୁରେ ସଂପନ୍ନ ହୋଇ ପାରିବ।

wp:html /wp:html

ଅମିତ୍ ଶାହା କହିଛନ୍ତି ଯେ, ରଥ ଯାତ୍ରା ଆୟୋଜନ ଉପୁଜିଥିବା ସମସ୍ୟାର ସମାଧାନ ଲାଗି ସେ ସମ୍ବନ୍ଧିତ ଅଧିକାରୀ ଓ ବ୍ୟକ୍ତିବିଶେଷଙ୍କ ସହ ଆଲୋନଚା କରିଥିଲେ। ଗତକାଲି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଗଗପତି ମହାରାଜ ଦିବ୍ୟସିଂହ ଦେବଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ଆଜି ସକାଳେ ସଲିସିଟର ଜେନେରାଲଙ୍କ ସହ ଆଲୋଚନା କରି ରଥ ଯାତ୍ରା ଆୟୋଜନ ନେଇ ବାଟ ଫିଟାଇବାକୁ କହିଥିଲି।

wp:html /wp:html

କେନ୍ଦ୍ର ଗୃହ ମନ୍ତ୍ରୀ କହିଛନ୍ତି, ମାମଲାର ସମ୍ବେଦନଶୀଳତା ଏବଂ ମହତ୍ଵକୁ ଦେଖି ଏହାକୁ ଉଚ୍ଚତମ ନ୍ୟାୟାଳୟର ଅବକାଶ ପୀଠ ସାମ୍ନାରେ ରଖାଯାଇଥିଲା। ଏହାର ଶୁଣାଣି ଆଜି ଅପରାହ୍ନରେ ହୋଇଛି। ମାନ୍ୟବାର ଅଦାଲତ  କୋଭିଡ୍ କଟକଣା ସହିତ ରଥଯାତ୍ରା ଆୟୋଜନ କରିବାକୁ ଅନୁମତି ଦେଇଛନ୍ତି। ଫଳରେ ବିଶ୍ଵ ପ୍ରସିଦ୍ଧ ପୁରୀ ରଥଯାତ୍ରା ଆୟୋଜନର ମାର୍ଗ ପ୍ରସସ୍ତ ହୋଇଛି ବୋଲି ଅମିତ୍ ଶାହା କହିଛନ୍ତି। ଏହି ଖୁସିର ଅବସରରେ ସେ ଓଡିଶାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.