ଅଶ୍ଳୀଳ ଭିଡିଓ ଭାଇରାଲ ହେବାରୁ ଜୀବନ ହାରିଲେ ନବମ ଶ୍ରେଣୀ ଛାତ୍ରୀ; ଛାନଭିନ୍ ଆରମ୍ଭ କଲା ପୋଲିସ
18/03/2023 at 8:10 PM

ଢେଙ୍କାନାଳ ୧୮/୦୩: ଅସହ୍ୟ କଲା ଅଶ୍ଳୀଳ ଭିଡିଓ। ନିଜର ଏହି ଭିଡିଓ ଭାଇରଲ ହେବା ଜାଣିପାରି ଲୋକଲଜ୍ଜା ଭୟରେ ଜଣେ ନବମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା କରଛନ୍ତି। ୧୪ ବର୍ଷର ଏହି ଛାତ୍ରୀ ଜଣଙ୍କ ନିଜ ଘରେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

ଢେଙ୍କାନାଳର କାଲ ଟାକ୍ସ ଫାଣ୍ଡି ଅଞ୍ଚଳର ଏପରି ଅଘଟଣ ବେଶ ଆଲୋଡନ ସୃଷ୍ଟି କରିଛି। ପରିବାର ଲୋକ ଝୁଲନ୍ତା ଅବସ୍ଥାରେ ଝିଅକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ସେତେବେଳକୁ ସମ୍ପୃକ୍ତ ନାବଳିକାଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ଜଣଇଥିଲେ। ଖବର ପାଇ ଟାଉନ ଥାନା ପୋଲିସ ଚିକିତ୍ସାଳୟରେ ପହଞ୍ଚି ଛାତ୍ରୀଙ୍କ ମୃତଦେହ ଜବତ କରିଛି। ବ୍ୟବଚ୍ଛେଦ ପାଇଁ ମୃତଦେହ ପଠାଇ ପୁଲିସ ତଦନ୍ତ ଆରମ୍ଭ କରିଛି। ସେପଟେ ଏହି ଅଶ୍ଳୀଳ ଭିଡିଓ ଉତ୍ତୋଳନ ଓ ଭାଇରଲ କରିଥିବା ଅଭିଯୁକ୍ତଙ୍କୁ ପୋଲିସ ଧରିବା ପାଇଁ ତନାଘନା ଚଳାଇଛି।

ଏପଟେ ଛାତ୍ରୀ ଜଣଙ୍କ ଗାଧୋଇବା ବେଳେ ତାର ଅଶ୍ଳୀଳ ଭିଡିଓ ଉତ୍ତୋଳନ କରି ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ଭାଇରଲ କରିଥିବା ଆତ୍ମହତ୍ୟା ପୂର୍ବରୁ ଛାତ୍ରୀ ଜଣଙ୍କ ତାଙ୍କ ମା କୁ କହିଥିଲେ ବୋଲି ତାଙ୍କ ମା ପ୍ରକାଶ କରିଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହିତ ଆମକୁ ନ୍ୟାୟ ମିଳୁ ବୋଲି ମୃତ ଛାତ୍ରୀଙ୍କ ପରିବାର ସଦସ୍ୟ ଦାବି କରିଛନ୍ତି।