ଇଟାଭାଟିରେ ଅଘଟଣ: ଟ୍ରାକ୍ଟର ଧକ୍କାରେ ନାବାଳକର ମୃତ୍ୟୁ

Published By : Prameya-News7 Bureau | January 21, 2023 IST

ଜଳେଶ୍ୱର ୧୦/୦୨: ବେଆଇନ ଇଟା ଭାଟିରେ ଖେଳିବା ବେଳେ ୯ ବର୍ଷର ନାବାଳକକୁ ଧକ୍କାଦେଲା ଟ୍ରାକ୍ଟର। ଫଳରେ ଘଟଣାସ୍ଥଳରେ ନାବାଳକର ମୃତ୍ୟୁ ହୋଇଛି। ସେହି ଇଟା ଭାଟିରେ ଉତ୍ତେଜନା ଲାଗିରହିଥିବା ବେଳେ ସ୍ଥାନୀୟ ପୋଲିସ ମୁତୟନ ହୋଇଛନ୍ତି।

ଖବର ଅନୁସାରେ, ଜଳେଶ୍ୱର ଥାନା ଶିଖରପୁରରେ ଥିବା ଗୀତା ନାମକ ଇଟା ଭାଟିରେ ଝାଡ଼ଖଣ୍ଡର ପରମଜିତ ନାମକ ଯୁବକ କାମ କରୁଥିଲେ। ଶନିବାର ସକାଳ ୮.୩୦ରେ ପରମ ଜିତର ୯ ବର୍ଷର ପୁଅ ଶୀବମ ଖେଳୁଥିଲା ଏହି ସମୟରେ ଏକ ମାଟି ବୋଝେଇ ତାଙ୍କୁ ଟ୍ରାକ୍ଟର ଧକ୍କା ଦେଇ ଥିଲା। ଫଳରେ ଘଟଣାସ୍ଥଳରେ ନାବାଳକର ମୃତ୍ୟୁ ହୋଇଥିଲା।

ଏହି କାରଣରୁ ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା। ଖବର ପାଇ ଘଟଣାସ୍ଥଳରେ ଜଳେଶ୍ୱର ପୋଲିସ ପହଞ୍ଚି ଶବଜବତ କରିଥିଲା। ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଯାଇଥିଲା। ସେପଟେ ଟ୍ରାକ୍ଟର ଜବତ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.