ଓଡ଼ିଶା ପୋଲିସର ୯ ପୋଲିସ କର୍ମଚାରୀଙ୍କୁ ମିଳିବ ପୋଲିସ ସାହସିକତା ପଦକ   

Published By : Prameya-News7 Bureau | August 12, 2022 IST

ଭୁବନେଶ୍ୱର ୧୧/୦୮: ଓଡ଼ିଶା ପୋଲିସ ବିଭାଗରେ ଉଲ୍ଲେଖନୀୟ ସେବା ଓ ସାହସିକତା ପାଇଁ ୯ ଜଣ ପୋଲିସ କର୍ମ ଚାରୀଙ୍କୁ ପୋଲିସ ସାହସିକତା ପଦକରେ ସମ୍ମାନୀତ କରାଯିବ। ଏହି ପୋଲିସ ସାହସିକତା ପଦକ ପାଇଁ ଚୟନିତ ହୋଇଥିବା ପୋଲିସ କର୍ମଚାରୀଙ୍କ ମଧ୍ୟରେ ଚନ୍ଦକା ଏସଓଜି (ସ୍ପେସିଆଲ ଅପରେସନ୍‌ ଗୃପ୍)ର ୪ଯବାନ ରହିଥିବା ବେଳେ ମରଣୋତ୍ତର ଭାବେ ପୋଲିସ କର୍ମୀ ଜୟରାମ ଖବାସୀଙ୍କୁ ମଧ୍ୟ ଦିଆଯିବ। ଆସନ୍ତା ୭୬ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଏହି ପୋଲିସ କର୍ମଚାରୀମାନଙ୍କୁ ସାହସିକତା ପଦକ ଦିଆଯିବ।  

ହାବିଲଦାର ପ୍ରବୀଣ ଥାପ୍ପା, ରାଜେଶ ବିଶ୍ୱକର୍ମା ଏହି ପଦକ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ମାଲାକାନାଗିରିର ଓଡ଼ିଶା ସଶସ୍ତ୍ର ପୋଲିସ ବଳ ଓଡ଼ିଶା ଆର୍ମଡ ପୋଲିସ ଫୋର୍ସ ବା (ଓଏପିଏଫ)ର ରାମୁ ଡୁରୁଆ ଏହି ପଦକ ପାଇବେ। ମାଲକାନାଗିରିର ଦୁଇ କନଷ୍ଟେବଳ ବନ୍ଧୁ ହନ୍ତାଳ ଓ ଘେନୁ ହନ୍ତାଳଙ୍କୁ ମଧ୍ୟ ପୋଲିସ ସାହସିକତା ପଦକ ମିଳିବ। ଅନ୍ୟପଟେ ଭାରତୀୟ ପୋଲିସ ସେବା ଅଧିକାରୀ ତଥା ମୟୂରଭଞ୍ଜର ଆରକ୍ଷି ଅଧିକାରୀ ଆରଡି ଖିଲାର ଏହି ସାହସିକତା ପଦକରେ ସମ୍ମାନୀତ ହେବେ ବୋଲି ଓଡ଼ିଶା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।       

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.