ଭାରସାମ୍ୟ ହରାଇ ଓଲଟିଲା ଅଟୋ : ୯ ଯାତ୍ରୀ ଆହତ

Published By : Prameya-News7 Bureau | February 28, 2024 IST

ପଟ୍ଟାମୁଣ୍ଡାଇ ୨୮।୨: ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଦୁର୍ଘଟଣାରେ ୯ ଜଣ ଆହତ ହୋଇଛନ୍ତି । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ନିମପୁର ଶାସନ ଠାରେ ଦୁର୍ଘଟଣା ଘଟିଛି ।

ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ନିମପୁର ଶାସନ ନିକଟରେ ଓଲଟିଲା ଯାତ୍ରୀବାହୀ ଅଟୋ । ଅଟୋ ଓଲଟିବା ଫଳରେ ୯ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲର ସ୍ଥାନାନ୍ତର କରାଯାଇଛି ।

ତେବେ ଝିଅ ବିବାହ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

You Can Read :

wp:embed {"url":"https://www.prameyanews7.com/national-science-day-is-sponsored-by-birla-global-university/","type":"wp-embed","providerNameSlug":"prameya-news-7"}
https://www.prameyanews7.com/national-science-day-is-sponsored-by-birla-global-university/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.