ସୁନ୍ଦରଗଡ଼ରେ ବଢୁଛି ସ୍କ୍ରବ୍ ଟାଇଫସ୍, ଚିହ୍ନଟ ହେଲେ ଆଉ ୯ ଆକ୍ରାନ୍ତ
24/09/2023 at 11:07 AM

ସୁନ୍ଦରଗଡ଼ ୨୪।୦୯ : ସୁନ୍ଦରଗଡ଼ରେ ବଢିଚାଲିଛି ସ୍କ୍ରବ୍ ଟାଇଫସ୍ । ଜିଲ୍ଲାରେ ଆଜି ପୁଣି ୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ଜିଲ୍ଲାରେ ମୋଟ ସ୍କ୍ରବ୍ ଟାଇଫସ୍ ପଜିଟିଭଙ୍କ ସଂଖ୍ୟା ୨୩୦ରେ ପହଞ୍ଚିଛି ।
ସେହିପରି ଏହି ରୋଗ ସଂପର୍କରେ ଜିଲ୍ଲାବାସୀଙ୍କ ସତର୍କତା କରାଯାଉଛି । ସମସ୍ତଙ୍କୁ ସତର୍କ ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ଏପିରିକି ଲଗାତର ଭାବେ ଲୋକଙ୍କ ସଚେତନତା କରାଯାଉଛି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧାରୀ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ହେଲା ସୁନ୍ଦରଗଡ଼ରେ ସ୍କ୍ରବ୍ ଟାଇଫସ୍ ବଢିବାରେ ଲାଗିଛି । ପୁରା ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୨୩୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହିକ୍ରମରେ ୩୯ ଜଣଙ୍କ ନମୁନା ପରୀକ୍ଷା ପାଇଁ ଯାଇଥିଲା । ସେଥି ମଧ୍ୟରୁ ୯ ଜଣଙ୍କ ନମୁନା ପଜିଟିଭ୍ ଆସିଛି । ଯାହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୩୦ରେ ପହଞ୍ଚିଛି ।
ଆହୁରି ପଢନ୍ତୁ :