ଟିମ୍ ଲଗାତାର ହାରୁଛି, ଏପଟେ ୯ ମାସ ଧରି ମୁଖ୍ୟ କୋଚ୍ ଚୟନ କରିପାରଲା ନାହିଁ BCCI !

Published By : Prameya-News7 Bureau | August 27, 2023 IST

ନୂଆଦିଲ୍ଲୀ: ବିସିସିଆଇ ଦୁନିଆର ସବୁଠୁ ଧନୀ କ୍ରିକେଟ୍ ବୋର୍ଡ । ଟିମ୍ ଇଣ୍ଡିଆ ମୈଦାନକୁ ଓହ୍ଲାଇବା ବେଳେ ବିରୋଧୀ ଭୟଭୀତ ହୁଅନ୍ତି । ସେ ପୁରୁଷ ଟିମ୍ ହେଉ ଅବା ମହିଳା ଟିମ୍, ଉଭୟ ୱାର୍ଲଡ କ୍ରିକେଟରେ ନିଜର ଦବଦବା ବଜାୟ ରଖିଛନ୍ତି । ତେବେ ଟିମ୍ କେବଳ ଖେଳାଳିଙ୍କ ବଳରେ ଆଜି ଏହି ସ୍ଥାନରେ ପହଞ୍ଚିନି, ଭଲ ମ୍ୟାନେଜମେଣ୍ଟ ଏବଂ ଭଲ କୋଚ୍‌ଙ୍କ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । କିନ୍ତୁ ବିସିସିଆଇ ପାଇଁ କୋଚ୍ ଏବେ କେବଳ ଏକ ମଜାକ୍ ହୋଇଥିବା ଅନୁଭବ ହେଉଛି । ଟିମ୍ ଇଣ୍ଡିଆ ପରାଜୟ ପରେ ପରାଜୟର ସାମନା କରୁଛି । ଆସନ୍ତା ମାସରେ ଏସୀୟ ଗେମ୍ସ ରହିଛି, କିନ୍ତୁ ବିସିସିଆଇ ଏବେ ସୁଦ୍ଧା ଭାରତୀୟ ମହିଳା ଟିମ୍ ପାଇଁ ସ୍ଥାୟୀ ମୁଖ୍ୟ ଚୟନ କରିପାରି ନାହିଁ ।

ପଢନ୍ତୁ: ୱାସିମ ଜାଫରଙ୍କ ବଡ ବୟାନ୍‌, କହିଲେ-ବିରାଟଙ୍କ ପାଖରେ କୌଣସି ଟ୍ୟାଲେଣ୍ଟ ନାହିଁ

ପ୍ରାୟ ୯ ମାସରୁ ଅଧିକ ସମୟ ବିତିସାରିଛି । ରମେଶ ପାୱାର ସ୍ପିନ ବୋଲିଂ କୋଚ୍ ନ୍ୟାସନାଲ କ୍ରିକେଟ୍ ଏକାଡେମୀକୁ ଚାଲିଗଲେ ଏବଂ ଋଷିକେଶ କାନିଟକରଙ୍କୁ ମହିଳା ଟିମ୍ ଅନ୍ତରୀଣ ମୁଖ୍ୟ କୋଚ୍ ଭାବେ ନିଯୁକ୍ତ ଦେଇଥିଲା । ଏହାପରଠୁ ଟିମ୍ ଇଣ୍ଡିଆ, ଅଷ୍ଟ୍ରେଲିଆ ଗସ୍ତରେ ୪-୧ରେ ଟି-୨୦ ସିରିଜ ହାରିଥିଲା । ଟି-୨୦ ୱାର୍ଲଡ କପରେ ସେମିଫାଇନାଲରେ ପରାସ୍ତ ହୋଇଥିଲା । ବାଂଲାଦେଶ ବିପକ୍ଷରେ ଦିନିକିଆ ସିରିଜ ମଧ୍ୟ ଜିତିପାରି ନଥିଲା । ସିରିଜକୁ ଡ୍ର’ରେ ସନ୍ତୁଷ୍ଟ ହେବାକୁ ପଡିଥିଲା ।

ଟିମ୍ ଇଣ୍ଡିଆକୁ ଗୋଟିଏ ପରେ ଗୋଟିଏ ପରାଜୟର ସାମନା କରିବାକୁ ପଡ଼ୁଛି । ଏହାସତ୍ତ୍ୱେ ବିସିସିଆଇ ଶୋଇ ରହିଛି । ଟିମ୍ ପାଇଁ ମୁଖ୍ୟ କୋଚ୍ ଚୟନ କରିପାରୁ ନାହିଁ । ଏହାରି ଭିତରେ କାନିଟକରଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଏସୀୟ କ୍ରୀଡା ଖେଳିବ । ଚୀନରେ ସେପ୍ଟେମ୍ୱର ୨୩ରୁ ଅକ୍ଟୋବର ୮ ଯାଏ ହେବାକୁ ଥିବା ଏସୀୟ ଗେମ୍ସରେ କାନିଟକର ହିଁ ମହିଳା ଟିମର ଅନ୍ତରୀଣ ମୁଖ୍ୟ କୋଚ୍ ରହିବେ । ଗତ ୯ ମାସ ଧରି ମହିଳା କ୍ରିକେଟ୍ ଟିମ୍ ଅନ୍ତରୀଣ କୋଚଙ୍କ ନେତୃତ୍ୱରେ ହିଁ ରହିଛି ।

Also Read: ୱାସିମ ଜାଫରଙ୍କ ବଡ ବୟାନ୍‌, କହିଲେ-ବିରାଟଙ୍କ ପାଖରେ କୌଣସି ଟ୍ୟାଲେଣ୍ଟ ନାହିଁ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.