Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ବୋଲେରୋ-ଅଟୋ ମୁହାଁମୁହିଁ ଧକ୍କା : ୨ ଗୁରୁତର, ୭ ଆହତ

19/08/2021 at 9:45 AM

ଉଦଳା ୧୯।୮: ବୋଲେରୋ-ଅଟୋ ମୁହାଁମୁହିଁ ଧକ୍କା । ଦୁର୍ଘଟଣା ଫଳରେ ୨ ଜଣ ଗୁରୁତର ହୋଇଥିବା ବେଳେ ୭ରୁ ଅଧିକ ଆହତ ହୋଇଛନ୍ତି । ଏଭଳି ଦୁର୍ଘଟଣା ଘଟିଛି ଉଦଳା-କପ୍ତିପଦା ରାସ୍ତାର ହୋଣ୍ଡା ସୋ’ ରୁମ୍‌ ନିକଟରେ । 

ସୂଚନାଯୋଗ୍ୟ ଯେ, କପ୍ତିପଦା ଥାନା ଶାଳଚୁଆ ବିଦ୍ୟାଧର ନଗରର ୯ ଜଣ ଶ୍ରମିକ ଏକ ଅଟୋରେ ଉଦଳା ଥାନା ରାଢୋ ଅଞ୍ଚଳକୁ ଆସୁଥିଲେ ।  ରାଢୋ ଗ୍ରାମରେ ସେମାନେ ବିଲରେ ତଳିରୁଆ କାମ କରିବା ପାଇଁ ଆସୁଥିବା ବେଳେ ଉଦଳା-କପ୍ତିପଦା ରାଜ୍ୟ ରାଜପଥର ହୋଣ୍ଡା ସୋ’ ରୁମ୍‌ ନିକଟରେ ରାସ୍ତାରେ ଏକ ଗୋରୁ ରହିଥିବାରୁ ବିପରୀତ ଦିଗରୁ ଆସୁଥିବା ଏକ ବୋଲେରୋକୁ ଅଟୋଟି ମୁହାଁମୁହିଁ ଧକ୍କା ଦେଇଥିଲା । ପରେ ଉଭୟ ଗାଡି ରାସ୍ତା ପାର୍ଶ୍ବକୁ ଓଲଟି ପଡିଥିଲା ।

ଖବର ପାଇ ଉଦଳା ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଅଟୋ ଭିତରେ ଫଶି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ଅଟୋରେ ୯ଜଣ ଶ୍ରମିକ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୮ଜଣ ମହିଳା ରହିଥିଲେ । ୯ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ଅନ୍ୟମାନେ ଆହତ ହୋଇଛି। ଉଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । 

   Related Posts