ପାର୍କରେ ପଶି ୮ ଶିଶୁଙ୍କ ସମେତ ୯ ଜଣଙ୍କୁ ଛୁରି ମାରିଲା ଦୁର୍ବୃତ୍ତ
8/06/2023 at 4:23 PM

ନୂଆଦିଲ୍ଲୀ: ଫ୍ରାନ୍ସର ସିରିଆଇ ଶରଣାର୍ଥୀଙ୍କ ଜଘନ୍ୟ କାଣ୍ଡ। ପାର୍କରେ ବୁଲି ବୁଲି ସମସ୍ତଙ୍କୁ ଛୁରି ମାରିଲା। ଏଥିରେ ୯ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୮ ଜଣ ଶିଶୁ ଥିବା ବେଳେ ଜଣେ ବୟସ୍କ ଅଛନ୍ତି ବୋଲି ଫ୍ରାନ୍ସ ପୁଲିସ ସୂଚନା ଦେଇଛି। ଫ୍ରାନ୍ସର ଅଲପ୍ସର ଏନେସୀ ଠାରେ ଏହି ଛୁରାମାଡ଼ ଘଟଣା ଘଟିଛି।
ଫ୍ରାନ୍ସ ପୁଲିସ ଗୁରୁବାର ଏନଇ ଗଣାଧ୍ୟମକୁ ସୂଚନା ଦେଇଛି। ଆହତଙ୍କ ଶିଶୁଙ୍କ ବୟସ ଯଥାକ୍ରମେ ୩-୫ ବର୍ଷ ଭିତରେ ହେବ। ଆକ୍ରମଣକାରୀକୁ ଗିରଫ କରାଯାଇଛି ବୋଲି ଫ୍ରାନ୍ସ ଇଣ୍ଟେରିୟର ମନ୍ତ୍ରୀ ଗାରାଲ୍ଡ ଡର୍ମାନିନ କହିଛନ୍ତି। ଏନେଇ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।
ପଢ଼ନ୍ତୁ –ଲିଭ୍ ଇନ୍ ପାର୍ଟନରଙ୍କୁ ନିର୍ମମ ହତ୍ୟା, ପ୍ରମାଣ ନଷ୍ଟ କରିବାକୁ ଖଣ୍ଡ ଖଣ୍ଡ କାଟି ପ୍ରେସରରେ ସିଝାଇଲା
ଫ୍ରାନ୍ସ ମିଡିଆ ବିଏଫ୍ଏମ୍ ଟିଭିର ରିପୋର୍ଟ ଅନୁସାରେ ଏକ ପାର୍କରେ ପିଲାମାନେ ଖେଳକୁଦ କରୁଥିବା ବେଳେ ଆକ୍ରମଣକାରୀ ଆସି ଛୁରିରେ ଆକ୍ରମଣ କରିଥିଲା। ପାର୍କ ସାରା ବୁଲି ଜଣଙ୍କ ପରେ ଜଣେ ଶିଶୁକୁ ଛୁରି ଭୁସିଥିଲେ। ଜଣେ ବୟସ୍କ ଏଥିରେ ବାଧା ଦେବାରୁ ତାଙ୍କୁ ମଧ୍ୟ ଛୁରାମାଡ଼ କରିଥିଲା ଦୁର୍ବୃତ୍ତ।
ତେବେ କାହିଁକି ଏହି ଛୁରାମାଡ଼ ହୋଇଥିଲା ? ଆକ୍ରମଣକାରିଥିବା ଅଭିଯୁକ୍ତ ମାନସିକ ବିକାରଗସ୍ତ କି ନାଁ ଏ ବିଷୟରେ ତଦନ୍ତ ଜାରି ରହିଛି। ଆକ୍ରମଣକାରୀ ଗିରଫ ହୋଇଥିବା ପୁଲିସ କହିଥିବା ବେଳେ ଆକ୍ରମଣ ସମ୍ପର୍କରେ ସ୍ପଷ୍ଟ କରି ନାହିଁ। ତେବେ ଆକ୍ରମଣକାରୀ ଜଣେ ସିରିଆଇ ଶରଣାର୍ଥୀ ବୋଲି ଜଣା ପଡ଼ିଛି।