ଅଟେଇ ସଂରକ୍ଷିତ ଜଙ୍ଗଲରୁ ୯ ଶୀକାରିଙ୍କୁ ଧରିଲା ବନ ବିଭାଗ

Published By : Prameya-News7 Bureau | March 28, 2023 IST

ପାଟଣା ୨୮/୦୩: ଧନୁତୀର ଧରି ବୁଲୁଥିବା ୯ ଶିକାରୀଙ୍କୁ ଧରିଲା ବନ ବିଭାଗ। ଅଭିଯୁକ୍ତମାନେ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକରେ ଥିବା ଅଟେଇ ସଂରକ୍ଷିତ ଜଙ୍ଗଲରୁ ଧରାପଡ଼ିଛନ୍ତି। ସଂରକ୍ଷିତ ଜଙ୍ଗଲରେ ବାଘର ଗତିପଥ ଉପରେ ନଜର ରଖିବାକୁ ବନ ବିଭାଗ ପେଟ୍ରୋଲିଂ କଲା ବେଳେ ଏହି ଅଭିଯୁକ୍ତମାନଙ୍କୁ କାବୁ କରିଛି ବନ ବିଭାଗ। ସେମାନଙ୍କ ଠାରୁ ଧନୁ ଓ ତୀର ଜବତ କରାଯାଇ ଅଟକ ରଖି ତଦନ୍ତ କରୁଛି ବନ ବିଭାଗ।

ପାଟଣା ରେଞ୍ଜ ଅଟେଇ ସଂରକ୍ଷିତ ଜଙ୍ଗଲ ପାଖ ଘାଟବାଲିଯୋଡି, ରୋହଣୀଦୁମା, ବଣମହୁଲଡ଼ିହା ନିକଟରୁ ଏହି ଶିକାରୀ ଧରା ପଡ଼ିଥିବା ପାଟଣା ରେଞ୍ଜର ଘାସିନାଥ ପାତ୍ର ସୂଚନା ଦେଇଛନ୍ତିl ତଦନ୍ତ ପରେ ସମସ୍ତ ଶିକାରୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ବନ ବିଭାଗ  କହିଛିl ଏହି ଶିକାରୀଙ୍କ ମଧ୍ୟରେ ୩ ଜଣ ନାବାଳକ ଥିବା ଜଣାପଡ଼ିଛିl

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.