ଢାକା ୨୯/୧୧: ଏକାଥରେ ୯ ଛେଳି ଭୋଗିଛନ୍ତି ଜେଲ୍ ଦଣ୍ଡ । ଆଉ ବର୍ଷେ ଦଣ୍ଡ ଭୋଗିବା ପରେ ମିଳିଛି ମୁକ୍ତି । ବାଂଲାଦେଶରେ ଏହି ଖବର ଏବେ ବେଶ୍ ଭାଇରାଲ୍ । ଯାହାକୁ ଶୁଣିବା ପରେ ସସସ୍ତେ ତାଜୁବ । ଆସନ୍ତୁ ଜାଣିବା କଣ ଥିଲା ଛେଳିମାନଙ୍କ ଅପରାଧ?
ଢାକି ଟ୍ରିବ୍ୟୁନ ରିପୋର୍ଟ ଅନୁଯାୟୀ, ବାଂଲାଦେଶ କିର୍ତ୍ତନଖୋଲା ନଦୀ କୂଳରେ ଅବସ୍ଥିତ ବରିଶାଲ ସହର । ଯେଉଁଠି ୯ ଛେଳିକୁ ମିଳିଥିଲା ଅଦ୍ଭୁତ ଦଣ୍ଡ । ୯ ଛେଳିଙ୍କୁ ବର୍ଷେ ଜେଲ ଦଣ୍ଡରେ କରାଯାଇଥିଲା ଦଣ୍ଡିତ । ସେମାନଙ୍କର ଅପରାଧ ଥିଲା କବରସ୍ଥାନରେ ଥିବା ଗଛ ଓ ଘାସ ସବୁକୁ ଖାଇବା । ଯେଉଁଥିପାଇଁ ବର୍ଷେ କାଳ ଜେଲ୍ରେ ରହିଥିଲେ ୯ ଛେଳି । ନଭେମ୍ୱର ୨୪ ଶୁକ୍ରବାର ଏହି ଛେଳିମାନଙ୍କୁ ମିଳିଥିଲା ମୁକ୍ତି । ନବ ନିର୍ବାଚିତ ବରିସାଲ ସିଟି କର୍ପୋରେସନ (ବିସିସି) ମେୟର ଏମାନଙ୍କୁ କରିଥିଲେ ମୁକ୍ତ ।
wp:html /wp:htmlଗତବର୍ଷ ଡିସେମ୍ୱର ୬ରେ ଛେଳିମାନଙ୍କୁ ନିଆଯାଇଥିଲା ହେପାଜତରେ । ସେପଟେ ଘଟଣା ଜଣାପଡିବା ପରେ ପଡିଥିଲା ଉଠିଥିଲା ବାଂଲା । ସୋସିଆଲ ମିଡିଆରେ ଘୁରିବୁଲିଥିଲା ଖବର । କେହି କେହି ଏହାକୁ ଭାଇରାଲ୍ ବି କରିଥିଲେ । ତେବେ ପ୍ରଶ୍ନ ଉଠୁଛି କଥା କହିପାରୁନଥିବା ନୀରିହ ପଶୁମାନଙ୍କ ଦୋଷ କଣ? ସାମାନ୍ୟ ଘାସ ଟିକିଏ ଖାଇବା ଏତେ ଦଣ୍ଡବିଧାନ? ଯଦି ଅନ୍ୟାୟର ଶିକାର ହେଉଛନ୍ତି ତେବେ କାହାକୁ ମିଳୁଛି ନ୍ୟାୟ ?
you can also read....
wp:embed {"url":"https://www.prameyanews7.com/after-5-years-of-divorce-he-married-the-same-woman-again/","type":"wp-embed","providerNameSlug":"prameya-news-7"} /wp:embed