ବେଆଇନ୍‌ ମଦ ଭାଟିରେ ଚଢାଉ, ୯ ଗିରଫ

Published By : Prameya-News7 Bureau | June 04, 2022 IST

ପାଟଣା ୦୪।୦୬ : ବେଆଇନ୍‌ ମଦ ଭାଟି ଉପରେ ଚଢାଉ । କେନ୍ଦୁଝର ଜିଲ୍ଲା ପାଟଣା ଅବକାରୀ ବିଭାଗ ପକ୍ଷରୁ ପାଟଣା ଓ ଘଟଗାଁ ଥାନା ଅଞ୍ଚଳରେ ଚଢାଉ ହୋଇଛି । ଏହି ଚଢାଉରେ ବିପୁଳ ପରିମାଣର ମହୁଲି ମଦ ସହ ମଦ ତିଆରି ସାମଗ୍ରୀ ଜବତ ହୋଇଛି । ସମସ୍ତ ସାମଗ୍ରୀକୁ ନଷ୍ଟ କରିଛି ଅବକାରୀ ବିଭାଗ ।

ସେହିପରି ଘଟଣାରେ ୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲେ ଘଟଗାଁ ଥାନା କୁମୁଳାବାହାଳି ର ଜଗବନ୍ଧୁ ବେଣ୍ଟକାର, ଦୈତାରି ପାତ୍ର,ଗୋବିନ୍ଦ ମାଝୀ, ପାଟଣା ଥାନା କୁଣ୍ଡୁଳା ଗ୍ରାମର ଫୁଲ ପାହାଡ଼ି ସାହିର  ଜିତୁ ମାଝୀ,ତୁରୁମୁଙ୍ଗା ଥାନା ଖୀରେଇଟାଙ୍ଗିରୀ ଗ୍ରାମର ସୁଶିଳା ପାତ୍ର,କିଆପଡା ଗ୍ରାମର ହୃଦାନନ୍ଦ ଦାସ, ରାଜନଗର ଗ୍ରାମର ଭଜୁ ମୁଣ୍ଡା ।

ସେପଟେ  ପୁଟୁଳିଆ ଛକ ନିକଟରୁ ଏକ ବାଇକ୍ ଯୋଗେ ମହୁଲି ମଦ ଚାଲାଣ ହେଉଥିବା ସମୟରେ ପାଟଣା ଥାନା ବଡ଼ବିଲ ଗାଁର ସନ୍ଦୀପ ମହାନ୍ତ ଚନ୍ଦନ ନାଏକଙ୍କୁ ଗିରଫ କରାଯାଇଛି । ଏହାସହିତ ଏକ ପଲସର ବାଇକ ମଧ୍ୟ ଜବତ କରିଛି ଅବକାରୀ ବିଭାଗ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.