କୋଇଲା ପାଉଁଶ ଗୁଣ୍ଡ ଚୋରି ଅଭିଯୋଗ, ୯ ଜଣଙ୍କୁ ଗିରଫ କଲା ଚୌଦ୍ୱାର ପୋଲିସ

Published By : Prameya-News7 Bureau | July 11, 2024 IST

ଚୌଦ୍ୱାର ୧୧।୭: ଦୀର୍ଘ ଦିନ ଧରି ବାଣିପଦା ପଞ୍ଚାୟତର ଇଡ୍‌କୋ ଜାଗାରୁ କୋଇଲା ପାଉଁଶ ଗୁଣ୍ଡ ଚୋରି କରୁଥିବା ୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଚୌଦ୍ୱାର ପୋଲିସ l 

ପୋଲିସ ସୂଚନା ଅନୁଯାୟୀ ଦୀର୍ଘ ଦିନ ଧରି ଏହି ଗୋଷ୍ଠୀ ଚୌଦ୍ୱାର ଥାନା ଅନ୍ତର୍ଗତ ବାଣିପଦା ପଞ୍ଚାୟତର କଜଳକଣା, ଗୋପାଳପୁର, ଇନ୍ଦ୍ରାଣୀ ପାଟଣା ଆଦି ଅଞ୍ଚଳରୁ ରାତି ଅଧିଆ ବେଆଇନ ଭାବେ କୋଇଲା ଗୁଣ୍ଡ ଚୋରି କରି ବିକ୍ରି କରୁଥିଲେ l ଗୋପାଳପୁର ଅଞ୍ଚଳର ଅଜୟ ବେହେରାଙ୍କ ଠାରୁ ଖବର ପାଇ ଚୌଦ୍ୱାର ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଏମାନଙ୍କୁ ଗିରଫ କରିବା ସହିତ ଗାଡ଼ି ଗୁଡ଼ିକୁ ଜବତ କରିବା ସହ ବେଆଇନ କାର୍ଯ୍ୟରେ ଲାଗିଥିବା ହାଇୱା, କାର୍ ଏବଂ ମୋଟର ସାଇକେଲକୁ ସିଜ୍ କରିଛି l

You Can Read:

୧୧୨୫ ଲିଟର ଦେଶୀ ମଦ ଜବତ, ଦୁଇ ଅଭିଯୁକ୍ତ ଗିରଫ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.