ଘରେ କେହି ନଥିବା ବେଳେ କଳାକନା ବୁଲାଇଲେ ଚୋର, ୨ ମହିଳା ସମେତ ୯ ଜଣକୁ ଗିରଫ କଲା ପୋଲିସ

Published By : Prameya-News7 Bureau | September 06, 2021 IST

ସାନଖେମୁଣ୍ଡି ୬।୯: ଘରୁ ସୁନାଗହଣା ଓ ଟଙ୍କା ଚୋରି ଅଭିଯୋଗରେ ୯ ଜଣ ଗିରଫ । ସୁନା ଅଳଙ୍କାର ସହ ୧୦ ହଜାର ଟଙ୍କା ଜବତ କରିଛି ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପୋଲିସ ।

{"id":507235,"width":753,"height":424,"sizeSlug":"full","linkDestination":"none"}

ସୂଚନାଯୋଗ୍ୟ ଯେ, ଅଗଷ୍ଟ ୧୪ ତାରିଖରେ ପାଟପୁର ଥାନା ଅଞ୍ଚଳରେ ରହୁଥିବା ସୁଧାକର ପ୍ରଧାନ ଘରେ ନଥିବା ସମୟରେ ଘର ତାଲା ଭାଙ୍ଗି ଘରୁ ସୁନା ଅଳଙ୍କାର ଓ ଆଲମାରୀରୁ ଟଙ୍କା ଚୋରି ହୋଇଥିଲା । ଏ ସମ୍ପର୍କରେ ଥାନାରେ ଅଭିଯୋଗ ହୋଇଥିଲା । ଏହାପରେ ତଦନ୍ତ ଆରମ୍ଭ କରି ବିଭିନ୍ନ ଗାଁର ୬ ଜଣ ପୁରୁଷ ଓ ଦୁଇ ଜଣ ମହିଳା ଚୋରକୁ ଗିରଫ କରି ତଦନ୍ତ ଆରମ୍ଭ କରିଥିଲେ । ଚୋରୀ କରି ସୁନାକୁ ଦିଗପହଣ୍ଡିର ସୁନା ବ୍ୟବସାୟୀକୁ ବିକ୍ରି କରିଥିବା କହିବା ପରେ ସୁନା ବ୍ୟବସାୟୀ ପ୍ରମୋଦ ନାୟକକୁ ଗିରଫ କରି ଚୋରି ଅଳଙ୍କାର ଜବତ କରିଛି । ସମସ୍ତ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.