ବିଜେଡିର ୨୫ ବର୍ଷ ପୂର୍ତ୍ତି, ନିମାପଡା ଗୋପ ନିର୍ବାଚନ ମଣ୍ଡଳୀରେ ଉତ୍ସବ ପାଳନ

Published By : Prameya-News7 Bureau | January 08, 2023 IST

କୋଣାର୍କ: ରବିବାର ପୁରୀ ଜିଲ୍ଲା ନିମାପଡା ଗୋପ ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ୨୫ବର୍ଷ ପୂର୍ତ୍ତି  ଦିବସ ଗୋପ ଆଖଣ୍ଡେଲେଶ୍ୱର ମନ୍ଦିର ପ୍ରାଙ୍ଗଣରେ ପାଳନ କରାଯାଇଛି । ଏହାକୁ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ବିଦ୍ୟାଳୟର ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରିଚାଳନା କରିଥିଲେ । ବିଜେଡିର ୨୫ ବର୍ଷ ପୂର୍ତ୍ତି ଅବସରରେନିର୍ବାଚନ ମଣ୍ଡଳୀରେ ପ୍ରତିଷ୍ଠା ଦିବସ ପାଳନ କରାଯାଉଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓଡିଶାବାସୀଙ୍କ ସେବାର ୨୫ ବର୍ଷ ସମେତ ରାଜ୍ୟ ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ସମାରୋହରେ ଆଲୋଚନା ହୋଇଥିଲା । ଏହି ପ୍ରତିଷ୍ଠା ଦିବସ ଅବସରେ ନିର୍ବାଚନ ମଣ୍ଡଳୀର ୪୬ ପଞ୍ଚାୟତର ବିଜେଡିର ସମସ୍ତ ଜିଲ୍ଲା ପରିଷଦ ,ବ୍ଲକ ଅଦକ୍ଷ,ସରପଞ୍ଚ,ସମିତିସଭ୍ୟ, ଛାତ୍ର ଯୁବ ମହିଳାଙ୍କ ସମେତ ବରିଷ୍ଠ ନେତୃମଣ୍ଡଳୀ କର୍ମୀ ମାନେ ମଧ୍ୟ ଉପସ୍ଥିତ ଥିଲେ । ସେବାର ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବା ପାଇଁ ନିର୍ବାଚନ ମଣ୍ଡଳୀରେ ୧୫ଟି ଜୋନ କରାଯାଇଛି ଏବଂ ୪୬ ପଞ୍ଚାୟତରେ ଥିବା ୭୧୮ଟି ୱାର୍ଡରେ ମନ୍ତ୍ରୀଙ୍କ ଉପସ୍ଥିତରେ ବୈଠକ କରାଯାଇ  ଆଗାମୀ ଦିନରେ ବିଜେଡି ଦଳକୁ  ଆହୁରି ସୃଦୁଢ କରିବା ପାଇଁ ପ୍ରତିଷ୍ଠା ଦିବସରେ ସମସ୍ତ ବିଜେଡି କର୍ମୀ ଶପଥ ନେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.