Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ୱାଧିନତା ଦିବସ ଉତ୍ସବରେ ସାମିଲ ହେଲା ଗୁଗଲ, ଡୁଡଲ ମାଧ୍ୟମରେ ଜଣାଇଲା ଶୁଭେଚ୍ଛା
  • ||
  • ଭୂମିକମ୍ପରେ ଥରିଲା ହିମାଚଳ ପ୍ରଦେଶ, ରିକ୍ଟର ସ୍କେଲରେ ତୀବ୍ରତା ୨.୫
  • ||
  • ଅବପାତର ରୂପ ନେଲା ଲଘୁଚାପ, ସୋମବାରଠୁ କମିବ ବର୍ଷା
  • ||
  • ସ୍ୱାଧିନତା ଦିବସ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା, ପ୍ରତିଟି ଭାରତୀୟ ପାଇଁ ଗୌରବର ମୁହୂର୍ତ୍ତ
  • ||
  • ‘ଦୁନିଆରେ ହଜାରେ ବାଘ, କିନ୍ତୁ ଦ୍ରାବିଡ…’ : ଟିମ୍ ଇଣ୍ଡିଆର କୋଚ୍‌ଙ୍କୁ ନେଇ ଟେଲରଙ୍କ ବଡ ବୟାନ
  • ||

ସୀତାକାନ୍ତଙ୍କ ପରେ ନିମାପଡା କଂଗ୍ରେସ ପ୍ରାର୍ଥୀ ସତ୍ୟବ୍ରତ ପାତ୍ର ଫେରାଇଲେ ଟିକେଟ

8/04/2019 at 8:46 PM

ଭୁବନେଶ୍ବର୮|୪: ନିମାପଡା ବିଧାନସଭା ଆସନ ପାଇଁ କଂଗ୍ରେସ ଟିକେଟ ପାଇଥିବା ସତ୍ୟବ୍ରତ ପାତ୍ର ମଧ୍ୟ ଆଜି ନିର୍ବାଚନ ଲଢିବି ନାହିଁ ବୋଲି କହି ଟିକେଟ ଫେରାଇଦେଇଛନ୍ତି । ଟିକେଟ ଘୋଷଣାରେ ବିଳମ୍ବ ଯୋଗୁଁ ସେ ଟିକେଟ ଫେରାଇଥିବା କହିଛନ୍ତି । ଏଥିସହ ସେ ପୁରୀ ଜିଲ୍ଲା ସାଧାରଣ ସମ୍ପାଦକ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଆଜି ବଡଚଣା କଂଗ୍ରେସ ପ୍ରାର୍ଥୀ ସୀତାକାନ୍ତ ମହାପାତ୍ର ମଧ୍ୟ ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କରି ପିସିସିକୁ ଚିଠି ଲେଖିଥିଲେ ।  ପୂର୍ବରୁ ମୁକ୍ତିକାନ୍ତ ମଣ୍ଡଳ, ପୃଥ୍ବୀବଲ୍ଲଭ ପଟ୍ଟନାୟକ ଆଦି ୪ ଜଣ ପ୍ରାର୍ଥୀ ନିର୍ବାଚନ ଲଢିବେ ନାହିଁ ବୋଲି ଟିକେଟ ଫେରାଇଥିଲେ । କଂଗ୍ରେସର ସ୍ଥିତି ବେଳୁବେଳ ଖରାପହେବାରେ ଲାଗିଛି । ଦଳ ମଧ୍ୟରେ ଟିକେଟ ନପାଇ କିଏ ଅସନ୍ତୁଷ୍ଟ ହେଉଥିବାବେଳେ ଟିକେଟ ପାଇଲାପରେ କିଏ ନିର୍ବାଚନ ଲଢିବି ନାହିଁ ବୋଲି ଟିକେଟ ଫେରାଇଦେଉଛି ।

   Related Posts