ଡକାୟତି ଯୋଜନା ପଣ୍ଡ , ୪ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କଲା ପୋଲିସ

Published By : Prameya-News7 Bureau | April 18, 2024 IST

ବ୍ରହ୍ମପୁର: ଡକାୟତି ଯୋଜନା କରିବା ସହ ଚାରି ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କଲା ପୋଲିସ।ଏହି ଅପରାଧୀମାନେ ସ୍ଥାନୀୟ ଶ୍ରୀକ୍ଷେତ୍ରବିହାର ଅଞ୍ଚଳରେ ଯୋଜନା କରୁଥିବା ସମୟରେହିଁ ନିମଖଣ୍ଡି ଥାନା ପୋଲିସ ସେମାନଙ୍କୁ ଧରିଥିଲା। 

ଗିରଫ ୪ ଜଣ ହେଲେ ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅନ୍ତର୍ଗତ ଗଙ୍ଗାପୁର ଗ୍ରାମର ତୋଫାନ ସାହୁ(୨୯) , ନିମଖଣ୍ଡି ଥାନା ଅନ୍ତର୍ଗତ ପଦ୍ମପୁର ବଡଦାଣ୍ଡ ସାହିର ନିମେଇ ଚରଣ ନାୟକ (୩୯),ବଡଗଡ ଥାନା ତେନ୍ତୁଳିଖୁଣ୍ଟି ଗ୍ରାମର ଦେବାନନ୍ଦ ଗୌଡ଼(୩୪) ଓ ଆସ୍କାର କେ.ସୂର୍ଯ୍ୟ ରାଓ(୪୦) । ସେମାନଙ୍କ ଠାୁର ଗୋଟିଏ ବନ୍ଧୁକ, ୫ଟି ଗୁଳି,୨ଟି ମାଗାଜିନ ଓ ୫ଟି ମୋବାଇଲ ଜବତ କରିଛି । 

ପୋଲିସର ସୂଚନା ଅନୁଯାୟୀ, ନିମଖଣ୍ଡି ଥାନା ପୋଲିସ ବୁଧବାର ବିଳମ୍ବିତ ରାତିରେ ଶ୍ରୀକ୍ଷେତ୍ରବିହାର ଅଞ୍ଚଳର ପେଟ୍ରୋଲିଂ କରୁଥିଲା। ଏହି ସମୟରେ ଏକ ବାଲି ଗଦା ନିକଟରେ ୬ଜଣ ଦୁର୍ବୃତ୍ତ ବସିଥିବା ଖବର ପାଇ ପୋଲିସ ସେଠାରେ ଅତର୍କିତ ଚଢ଼ଉ କରିଥିଲା ଏବଂ ୪ଜଣଙ୍କୁ କାବୁ କରିଥିବା ବେଳେ ଅନ୍ୟ ଦୁଇ ଜଣ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ତେବେ ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇ ଜେଲ୍‌କୁ ପଠାଇଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.