ନୀଳଗିରି ଈଶ୍ୱରପୁରରେ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ

Published By : Prameya-News7 Bureau | October 01, 2020 IST

ନୀଳଗିରି,୧/୧୦: ବାଲେଶ୍ଵର ନୀଳଗିରି ଉପଖଣ୍ଡ ଔପଦା ବ୍ଲକ ଅନ୍ତର୍ଗତ ଈଶ୍ୱରପୁର ବରିଷ୍ଠ ନାଗରିକ ମଞ୍ଚ ତରଫରୁ ମାତାପିତା ସାହିତ୍ୟ ସାଂସଦ ପାଠାଗାର ପରିସରରେ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳନ ହୋଇଛି। ସାଂସଦର ସ୍ଥାୟୀ ସଭାପତି କବି ଲୋଚନ ବେହେରାଙ୍କ ଅଧ୍ୟକ୍ଷତାରେ ସମ୍ପାଦକ ଭାଗିରଥୀ ବେହେରା ସମସ୍ତ ସଦସ୍ୟ,ବରିଷ୍ଠ ନାଗରିକ ମାନଙ୍କ ଉପସ୍ଥିତରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଅଛି।

କରୋନା ଭଳି ମହାମାରି ଦାଉରୁ କିପରି ନିଜକୁ ରକ୍ଷା କରିହେବ ଏନେଇ ବିଷଦ ଆଲୋଚନା ହେବା ସହ ସମସ୍ତଙ୍କୁ ସଭାପତି ସଚେତନ କରିଥିଲେ। ମାସ୍କ ଓ ସାନିଟାଇଜର ବ୍ୟବହାର କରିବା ସହ ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ଫଳ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କରୁଣାକର ବିଶ୍ୱାଳ,ପ୍ରକାଶ କୁମାର ସାମଲ,ନବକିଶୋର ବାରିକ, ସୁରେନ୍ଦ୍ର ପ୍ରସାଦ ଜେନା,ଗଜେନ୍ଦ୍ର ସେଠୀ, ରଙ୍ଗଲତା ବିଶ୍ୱାଳ,ସରସ୍ୱତୀ ରାଜ ପ୍ରମୁଖ ଉପସ୍ଥିତ ଥିଲେ।ସର୍ବଶେଷରେ ଗୌରାଙ୍ଗ ମଳିକ ଧନ୍ୟବାଦ ଅର୍ପଣ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.