ନୀଳଗିରି ୟୁଥ୍ଫେଷ୍ଟ ୨୦୨୩ ଉଦଘାଟିତ
1/04/2023 at 2:51 PM

ନୀଳଗିରି ୧।୪: ବାଲେଶ୍ଵର ଜିଲ୍ଲା ନୀଳଗିରି କେସି ହାଇସ୍କୁଲ ପଡିଆଠାରେ ଆୟୋଜିତ ହୋଇଛି ୟୁଥ୍ଫେଷ୍ଟ । ଗତବର୍ଷଠାରୁ ନୀଳଗିରିରେ ଆରମ୍ଭ ହୋଇଛି ଏହି ୟୁଥ୍ଫେଷ୍ଟ । ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉ ସାହେବ ସିନ୍ଧେ, ମୁଖ୍ୟବକ୍ତା ଭାବେ ଏସପି ସାଗରିକା ନାଥ ପ୍ରମୁଖ ଏହି ଫେଷ୍ଟ୍କୁ ଉଦଘାଟନ କରିଥିଲେ । ନୀଳଗିରିର ଯୁବଗୋଷ୍ଠୀ ଏକାଠି ହୋଇ ପ୍ରଶାସନକୁ ସହଯୋଗ କରି ଅଞ୍ଚଳର ବିକାଶ କରିବାକୁ ମୁଖ୍ୟ ଅତିଥି ଦତ୍ତାତ୍ରୟ ଭାଉ ସାହେବ ସିନ୍ଧେ ଆହ୍ୱାନ ଦେଇଥିଲେ । ଆସନ୍ତାବର୍ଷ ପ୍ରଶାସନ ସମସ୍ତ ପ୍ରକାର ସହଯୋଗ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
ନୀଳଗିରି ଯୁବକମାନଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୀଳଗିରି ମାଟି ପାଇଁ ଗୌରବ ଆଣିଥିବା ପ୍ରତିଭାମାନଙ୍କୁ ଚିହ୍ନଟ କରି ସମ୍ମାନୀତ କରିବା ଛୋଟ କଥା ନୁହଁ ବୋଲି ମୁଖ୍ୟବକ୍ତା ଏସପି ସାଗରିକା ନାଥ କହିଛନ୍ତି । ସେହିପରି ସମ୍ମାନୀତ ଅତିଥି ଭାବେ ପିଡି ଏଭଳି କାର୍ଯ୍ୟକ୍ରମକୁ ବେଶ ପ୍ରଶଂସା କରିଥିଲେ । ଓଡିଶା ତଥା ଓଡିଶା ବାହାରୁ ସୁନାମଧନ୍ୟ କଣ୍ଠ ଶିଳ୍ପୀ ଓ ତାରକାମାନେ ଅଞ୍ଚଳବାସୀଙ୍କୁ ବେଶ ମନୋରଞ୍ଜନ କରିଥିଲେ । ଇଣ୍ଡିଆନ ଆଇଡଲ ତାରକା ଅନୁଷ୍କାଙ୍କ ସୁମଧୁର କୂଳଦୀପ ପଟ୍ଟନାୟକ, ସତ୍ୟଜିତ, ପପୁ ପମପମଙ୍କ ସହିତ ଅନେକ ସିନେ ତାରକା ଓ କଣ୍ଠଶିଳ୍ପୀ ତାଙ୍କର କଳା ପ୍ରଦର୍ଶନ କରିବେ ।