ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରିରେ ରଥାରୂଢ ହେଲେ ଚତୁର୍ଦ୍ଧାମୂର୍ତ୍ତି, ରବିବାର ହବେ ରଥ ଟଣା

9/07/2022 at 4:54 PM

ନୀଳଗିରି ୯।୭: ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରିରେ ତିନି ଠାକୁର ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବା ପାଇଁ ରଥାରୂଢ ହୋଇଛନ୍ତି । ଜନ୍ମବେଦୀରେ କିଛି ଦିନ ରହିବା ପରେ ଭକ୍ତଙ୍କୁ ଦଶ ଅବତାର ଦର୍ଶନ ଦେଇଥିଲେ ମହାପ୍ରଭୁ। ବାହୁଡା ଯାତ୍ରା ପାଇଁ ପ୍ରଥମେ ଗୁଣ୍ଡିଚା ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀତିକାନ୍ତି ପୂଜା ଅନୁଷ୍ଠିତ ହୋଇଥିଲା। ପରେ ନୀଳଗିରି ରାଜା ଜୟନ୍ତଚନ୍ଦ୍ର ମର୍ଦରାଜ ହରିଚନ୍ଦନ ଆଳତୀ କରିବା ପରେ ସୁଦର୍ଶନଙ୍କୁ ରଥ ଉପରକୁ ନିଆଯାଇଥିଲା। ଏହାପରେ ବଳଭଦ୍ର ମହାପ୍ରଭୁ ମନ୍ଦିରରୁ ପହଣ୍ଡି ହୋଇ ରଥାରୂଢ଼ ହୋଇଥିଲେ। ପରେ ସୁଭଦ୍ରା ରଥକୁ ବିଜେ ହେବା ପରେ ଜଗନ୍ନାଥ ମହାପ୍ରଭୁ ମନ୍ଦିରରୁ ବାହାରି ପହଣ୍ଡି ହୋଇ ରଥାରୂଢ ହୋଇଥିଲେ। ତିନି ଠାକୁରଙ୍କୁ ନୀଳଗିରି ରାଜା ଛେରାପହଁରା କରି ରଥ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ।

ରୀତିନୀତି ଅନୁସାରେ ରବିବାର ରଥଟଣା ହୋଇ ଅଧାରାସ୍ତାରେ ତିନି ଠାକୁର ଅଟକି ରାତ୍ରଯାପନ ପରେ ସୋମବାର ଜଗନ୍ନାଥ ମନ୍ଦିରରେ ପହଞ୍ଚିବେ। ସେହି ଦିନ ଲକ୍ଷ୍ମୀ ନାରାୟଣଙ୍କ ଭେଟ ପରେ ମହାପ୍ରଭୁ ରସଗୋଲା ଭୋଗ ଲଗାଇ ଲକ୍ଷ୍ମୀଙ୍କୁ ମନାଇବା ପରେ ମନ୍ଦିର ଭିତରକୁ ପ୍ରବେଶ କରିବେ। ବାହୁଡା ଯାତ୍ରାର ପହଣ୍ଡି ନୀତିରେ ବହୁ ଭକ୍ତଙ୍କ ସମାଗମ ହୋଇଥିଲା।

   Related Posts